ସମ୍ୱଲପୁରରେ ଚାଷୀ ଆତ୍ମହତ୍ୟା

ସମ୍ବଲପୁର: ପୁଣି ସାମ୍ନାକୁ ଆସିଛି ଚାଷୀ ଆତ୍ମହତ୍ୟା । ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ ଅନ୍ତର୍ଗତ ଖଇରମାଲ ଗ୍ରାମରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଯୁଜୁମୁରା ବ୍ଲକ ଅନ୍ତର୍ଗତ ଖଇରମାଲ ଗ୍ରାମରେ ବୁଧବାର ଅଭଧୂତ ପ୍ରଧାନ (୪୫) ନାମଙ୍କ ଜଣେ ଚାଷୀ ଋଣ ବୋଝ ଓ ଚାଷରେ କ୍ଷତି ଯୋଗୁଁ  ବିଷ ପିଇଛନ୍ତି । ପରିବାର ଲୋକେ ଏହାଦେଖି ପ୍ରଥମେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ, ପରେ ବୁର୍ଲା ବିମସାରରେ ଭର୍ତି କରିଥିଲେ। କିନ୍ତୁ ଆଇସିୟୁ ଖାଲି ନ ଥିବାରୁ ସ୍ପର୍ଶ ସିଟି ହସ୍ପିଟାଲ, ସମ୍ବଲପୁରକୁ ପଠାଇ ଦିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Comments are closed.