www.samajalive.in
Sunday, December 7, 2025
23.1 C
Bhubaneswar

ନେତୃତ୍ୱ ପ୍ରତିଷ୍ଠାନ ସ୍ନାତକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର: ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ପକ୍ଷରୁ ୨ ଦିନିଆ ନେତୃତ୍ୱ ପ୍ରତିଷ୍ଠାନ ସ୍ନାତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଓ ସଦସ୍ୟମାନଙ୍କୁ ନେତୃତ୍ୱ ବିକାଶ ନିମନ୍ତେ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ସଦସ୍ୟମାନେ ନିଜର ନେତୃତ୍ୱର ବିକାଶ ଦ୍ୱାରା ସମାଜର କଲ୍ୟାଣ ନିମନ୍ତେ ନିଜକୁ ଯେଭଳି ନିୟୋଜିତ କରିପାରିବେ, ସେହି ଲକ୍ଷ୍ୟକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରୁ ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଓ ସଦସ୍ୟା ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ସଭାପତି ଡା. ଦୀପକ ପାଣିଗ୍ରାହୀ, ସଂଯୋଜିକା ଅଞ୍ଜନା ମୈତ୍ରା, ଘନଶ୍ୟାମ ମେହେର, ଦିଲ୍ଲୀପ ପଟ୍ଟନାୟକ, ଶମ୍ଭୁ ଜଗତରାମକା, ଡା. ଅଶୋକ ସିଂହ, ଏଫ. ସି. ମହାନ୍ତି, ମହମ୍ମଦ ପରୱେଜ ଅଲ୍ଲୀ ଖାନ, ପ୍ରଶାନ୍ତ ରଥ, ବିଲାଲ ମଲ୍ଲିକ, ତ୍ରିଶା ରାନୀ, ଚିନ୍ମୟ ଶତପଥୀ, ପୁତୁଲ ରାହୁଲ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories