www.samajalive.in
Tuesday, December 9, 2025
26.1 C
Bhubaneswar

ପୁଅ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

ସମ୍ବଲପୁର : ସମ୍ବଲପୁର ସହରର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ଦଣ୍ଡେଇପାଲି ଠାରେ ବେଆଇନ ଭାବରେ ତାଙ୍କର ପୁତ୍ର ଧର୍ମାନ୍ତରୀକରଣ, ସମ୍ପତ୍ତି ଜବରଦଖଲ କରି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ବରିଷ୍ଠ ମହିଳା ପ୍ରେମ ମଞ୍ଜରୀ ସାହାଣୀ(୭୩)।

ପ୍ରେମ ମଞ୍ଜରୀ ସମ୍ବଲପୁର ଏସପି ଡା. କନୱର ବିଶାଳ ସିଂହଙ୍କୁ ବୁଧବାର ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ତାଙ୍କର ମଝିଆ ପୁତ୍ର ସୁବାଷ ସାହାଣୀ ତାଙ୍କର ମାନେଶ୍ୱର ତହସିଲର କୁଦୋପାଲି ମୌଜାର ମୋଟ ୪ ଏକର ୨୯ ଡିସିମିଲ ପୌତୃକ ଜମିରୁ ୧ ଏକର ୨୮ ଡିସିମିଲ ଜମି ଉପରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ନେଇ ଷଡଯନ୍ତ୍ର ମୂଳକ ଭାବରେ ଦଖଲ କରି ଧର୍ମାନ୍ତରୀକରଣ ‘ହାଲୁଲୁଇଆ’ କେନ୍ଦ୍ର ସ୍ଥାପନ କରିଛନ୍ତି। ଆମେ ହିନ୍ଦୁ ସମାଜରୁ ହୋଇଥିବାବେଳେ ଅଜାଣତ ଓ ଅନିଚ୍ଛା ସତ୍ୱେ ପୁଅ ସୁବାଷ ନିଜେ ଧର୍ମାନ୍ତରିତ ହୋଇ ଉକ୍ତ କେନ୍ଦ୍ରକୁ ବେଆଇନ ଭାବରେ ସ୍ଥାପନ କରି ସରଳ ଓ ଗରିବ ଲୋକଙ୍କୁ ଧର୍ମାନ୍ତରୀକରଣ କରାଉଛି। ଲୋକଙ୍କୁ ଅନ୍ଧବିଶ୍ୱାସର ଶିକାର କରି ବିଭିନ୍ନ ରୋଗ, ସମସ୍ୟା ଆଦି ଠିକ୍ କରିବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ସେ ଲୁଟ୍ କରୁଛି। ଗାଁ ଲୋକ ଓ ପରିବାରବର୍ଗଙ୍କ ନିକଟରେ ଆମେ ଗୋଟିଏ ପ୍ରକାରର ବାସନ୍ଦ ହୋଇଯାଇଛୁ। ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ କୋଭିଡ – ୧୯ ଆଇନକୁ ବେଖାତିର କରି ଉକ୍ତ କେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଛି। ଆମେ ଏହି ସବୁ ବେଆଇନ କାର୍ଯ୍ୟକୁ ବିରୋଧ କରି ଆସୁଥିବାରୁ ପୁଅ ସୁବାଷ ଓ ତାଙ୍କ ସ୍ତ୍ରୀ ନିଲମ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ, ହତ୍ୟା ଧମକ ଓ ହତ୍ୟାର ପ୍ରୟାସ କରି ଆତ୍ମହତ୍ୟା କରିବା ପାଇଁ ପରିସ୍ଥିତି ସୃଷ୍ଟି କରି ଘରୁ ଧକ୍କା ଦେଇ ବାହାର କରି ଦେଇଛନ୍ତି। ଏଣୁ ଆମର ଝିଅ ସୁଜାତାଙ୍କ ଘରେ ଧନକଉଡା ଠାରେ ଆଶ୍ରୟ ନେଇଥିବା ବେଳେ ଷଡଯନ୍ତ୍ରମୂଳକ ଭାବରେ ଝିଅ ଓ ଆମ ନାମରେ ମିଥ୍ୟା ଅଭିଯୋଗ ଥାନାରେ କରିଛନ୍ତି।
ଏହା ସହିତ ସମ୍ପତ୍ତି ଲୋଭରେ ଲଗାତାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଥାନାରେ ଅଭିଯୋଗ କଲା ପରେ ମଧ୍ୟ ଆମକୁ ସୁରକ୍ଷା ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ବେଳେ କିନ୍ତୁ ମୋର ସ୍ୱାମୀ ବ୍ରଜେନ୍ଦ୍ର ସାହାଣୀ (୮୩) ଓ ମୁଁ ଅସହାୟ, ଭୟଭୀତ ଓ ଅସୁରକ୍ଷିତ ହୋଇ ରହିଛୁ ବୋଲି ଅଭିଯୋଗ ପତ୍ରରେ ପ୍ରେମ ମଞ୍ଜରୀ ଦର୍ଶାଇଛନ୍ତି। ଆମର ଅନିଚ୍ଛା ସତ୍ୱେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆମର ପୈତୃକ ସମ୍ପତ୍ତିକୁ ବେଆଇନ ଭାବରେ ଦଖଲ, ବିନା ଅନୁମତିରେ ଗୃହ ନିର୍ମାଣ, ଭୟଭୀତ ଓ ପ୍ରଲୋଭିତ କରି ହାଲୁଲୁଇଆ କେନ୍ଦ୍ର ସ୍ଥାପନ କରି ଧର୍ମାନ୍ତରୀକରଣ କରି ଆମର ଧାର୍ମିକ ଭାବନା ଓ ସାମାଜିକ ପ୍ରତିଷ୍ଠା ଉପରେ ଆଘାତ କରିବା, ବେଆଇନ ବିଦ୍ୟୁତ ସଂଯୋଗ, କୋଭିଡ – ୧୯ ନିୟମ ଉଲ୍ଲଂଘନ ଭଳି ଅନେକ ପ୍ରକାରର ବେଆଇନ କାର୍ଯ୍ୟ ଚାଲିଥିବାର ଅଭିଯୋଗ ପୁତ୍ର ସୁବାଷଙ୍କ ବିରୋଧରେ ମାଆ ପ୍ରେମ ମଞ୍ଜରୀ ଏସପିଙ୍କ ନିକଟରେ କରିଛନ୍ତି। ଏଣୁ ପୁତ୍ର ସୁବାଷ ଓ ତାଙ୍କର ସ୍ତ୍ରୀ ନିଲମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବେଆଇନ ଭାବରେ ଚାଲୁଥିବା ଧର୍ମାନ୍ତରୀକରଣ ଓ ଗୁଣିଗାରେଡି କାର୍ଯ୍ୟକୁ ବନ୍ଦ କରି ହାଲୁଲୁଇଆ କେନ୍ଦ୍ରକୁ ବନ୍ଦ କରିବାକୁ ପ୍ରେମ ମଞ୍ଜରୀ ଦାବି କରିଛନ୍ତି। ଏହା ସହିତ ପୈତୃକ ସମ୍ପତ୍ତିକୁ ଜବର ଦଖଲ ମୁକ୍ତ କରି ଫେରାଇବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏସପିଙ୍କ ନିକଟରେ ପ୍ରେମ ମଞ୍ଜରୀ ଓ ସୁଜାତା ଅନୁରୋଧ କରିଛନ୍ତି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଅଞ୍ଚଳରେ ଚହଳ ପଡିଯାଇଛି। ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରଶାସନର ଠିକ୍ ନାକ ତଳେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟ ସର୍ମ୍ପକରେ କିଭଳି ଜଣା ପଡି ନ ଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି ଘଟଣା ଜଣାପଡିବା ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ପ୍ରେମ ମଞ୍ଜରୀ, ବ୍ରଜେନ୍ଦ୍ର ଓ ସୁଜାତଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିବା ସହିତ ଏସପି ଡା. ସିଂହଙ୍କୁ ସାକ୍ଷାତକାର କରି ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସପିଙ୍କୁ ସାକ୍ଷାତକାର ସମୟରେ ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ବହିଦାର, ସୁଧିର ରଞ୍ଜନ ବହିଦାର, ଦେବାଶିଷ ପୁରୋହିତ, ଆଶିଷ ବାବୁ, ମୁକେଶ ଜରିୱାଲ, ଅନୁପ ଲାଟାଙ୍କ ସମେତ ଅନେକ ହିନ୍ଦୁ ସଙ୍ଗଠନର ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories