www.samajalive.in
Saturday, December 6, 2025
23.1 C
Bhubaneswar

ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକ ପାଳିଲେ ପ୍ରତିବାଦ ଦିବସ

ସମ୍ବଲପୁର : ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶୁକ୍ରବାର ସମ୍ବଲପୁର ସାମ୍ବାଦିକ ସଂଘ ତରଫରୁ ଏହାକୁ ‘ପ୍ରତିବାଦ ଦିବସ’ ଭାବରେ ପାଳନ କରାଯାଇଛି। ପୂର୍ବାହ୍ନରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ତରଫରୁ ସାମ୍ବାଦିକମାନେ ସେମାନଙ୍କୁ ସରକାରଙ୍କ ତରଫରୁ ଉଚିତ ସୁବିଧା ସୁଯୋଗ ଦିଆଯାଉ ନ ଥିବାରୁ ଧାରଣା ପ୍ରଦର୍ଶନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଥିଲେ। ଏଣୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଂଘ ତରଫରୁ ଦିଆଯାଇଥିବା ଦାବି ପତ୍ର ଅନୁଯାୟୀ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ୫୦ ଲକ୍ଷ ଟଙ୍କାର ଇନସୁରାନ୍ସ, କରୋନା ସଂକ୍ରମିତ ସାମ୍ବାଦିକ ଓ ତାଙ୍କର ପରିଜନଙ୍କୁ ସୁପର ​‌େ​‌ସ୍ପଶାଲିଷ୍ଟ ହସ୍ପିଟାଲରେ ନିଶୁଃଳ୍କ ଚିକିତ୍ସା ସୁବିଧା, ବିନା କାରଣରେ ସାମ୍ବାଦିକମାନଙ୍କୁ ଛଟେଇ ଓ ଦରମା ପ୍ରଦାନ କରୁ ନ ଥିବା ସଂସ୍ଥାଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ଅର୍ଥନୈତିକ ପ୍ୟାକେଜ ପ୍ରଦାନ, କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଯାତ୍ରା ଖର୍ଚ୍ଚରେ ରିହାତି ପ୍ରଦାନ, ବରିଷ୍ଠ ସାମ୍ବାଦିକମାନଙ୍କୁ ସରକାରୀ ପେନସନ୍ ଯୋଜନାରେ ସାମିଲ କରିବା ପାଇଁ ଦାବି କରାଯାଇଛି। ସଂଘ ତରଫରୁ ଦାବିପତ୍ର ପ୍ରଦାନ ସମୟରେ ସଭାପତି ରମାକାନ୍ତ ବିଶ୍ୱାଳ, ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ନାୟକ, ସରୋଜ ସାହୁ, ସଞ୍ଜୟ ପାଗଡ, ଗୁଣମଣି ବିଶ୍ୱାଳ, ସଞ୍ଜୀବ ପାଣିଗ୍ରାହୀ, ଲଳିତ ଶର୍ମା, ଗାର୍ଗି ଶତପଥି, ବିରାଜ ମିଶ୍ର, ବାଦସାହା ଜୁସମନ ରାଣା, ନବୀନ ଦାସ, ଅମଳେନ୍ଦୁ ନାୟକ, ଧର୍ମେନ୍ଦ୍ର ପଟ୍ଟନାୟକ ସମେତ ଅନେକ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି ଅବସରରେ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଭାଗବତ ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories