www.samajalive.in
Saturday, December 6, 2025
14.1 C
Bhubaneswar

ଗାନ୍ଧୀ ଜୟନ୍ତୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ: କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଗାନ୍ଧୀ ଜୟନ୍ତୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ କର୍ମୀମାନେ ଗୋପବନ୍ଧୁ ଛକ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରଥମେ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରେ ଧାରଣାରେ ବସି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ନାପସନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶେଷ କରି ସେମାନେ ଚାଷୀ ଉତ୍ପାଦିତ ଦ୍ରବ୍ୟର ବାଣିଜ୍ୟ କାରବାର ଆଇନ, କୃଷକ ସଶକ୍ତିକରଣ ଓ ସୁରକ୍ଷା ଅବା ଦର ପ୍ରତିଶ୍ରୁତି ରାଜିନାମା ଏବଂ କୃଷି ସେବା ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଉପରେ ଆଲୋଚନା କରିଥିଲେ। ପରେ ଏ ସଂକ୍ରାନ୍ତ ଦାବିପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ଜିଲାପାଳଙ୍କ ଜରିଆରେ ପଠାଇଥିଲେ। କେନ୍ଦ୍ରରେ ମୋଦି ସରକାର ଦେଶର କୃଷି ଓ କୃଷକ ବିରୋଧରେ ଆଇନ ପ୍ରଣୟନ କରିଛନ୍ତି ବୋଲି ଦଳିୟ ନେତା ମାନେ ମତ ପ୍ରକାଶ କରିଥିଲେ। କଂଗ୍ରେସ ନେତା ତଥା ଜିଲା ସଂଯୋଜକ ମନୋଜ ଆଚାର୍ଯ୍ୟ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଏଭଳି ଷଡଯନ୍ତ୍ରଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ କର୍ମକର୍ତା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଏହି ବିଲ ଉପରେ ଆଉଥରେ ଅନୁଧ୍ୟାନ କରିବେ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଶେଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବ କଂଗେସ ସଭାପତି ବସନ୍ତ କୁମାର ପାଢ଼ୀ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଏମ୍‍ପି ରାଧାକାନ୍ତ ଦିଗାଲ, ଶ୍ରମିକ ନେତା ଘନ କୁମାର ଶବର, ହେମନ୍ତ କର, ଦୁର୍ଯ୍ୟୋଧନ ପଟ୍ଟନାୟକ, ସଂସାର ଭୋଇ, ସୂର୍ଯ୍ୟକାନ୍ତ ଦାସ, ନନ୍ଦକିଶୋର ଦାସ, ଶିବଶଂକର ବେହେରା, ଗୌର ଚରଣ ବେହେରା,ଏନ୍‍.ରାଜା ରାଓ, ହିରେନ୍‍ କୁମାର ନାୟକ, ପଂଚାନନ କହଁର, ଜାକେଶ୍‍ ପ୍ରଧାନ, ବିଜୟ ମହାନ୍ତି, କାମ ବେହେରା, ବଳଦେବ ବେହେରା, ଶିବ ଶଙ୍କର ବେହେରା, ଗୌର ବେହେରା, ମନିଶ ବେହେରା, ହୃଷି ବେହେରା, ସଂଜିତ ବେହେରା, ସଂଜୟ କହଁରଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ। ସେହିପରି ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଜିଲା ପ୍ରଶାସନ ଏବଂ ଅନ୍ୟ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories