www.samajalive.in
Saturday, December 6, 2025
26.1 C
Bhubaneswar

ସନ୍‍ରାଇଜର୍ସର ସମ୍ମାନ ରଖିଲେ ପ୍ରିୟମ୍‍-ଅଭିଷେକ

ଆବୁଧାବି : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣରେ ଶୁକ୍ରବାର ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ମଧ୍ୟରେ ମୁକାବିଲା ଚାଲିଛି। ପ୍ରଥମେ ବ୍ୟାଟିଂ କରିଥିବା ସନ୍‍ରାଇଜର୍ସ ହାଇଦରାବାଦ ଇନିଂସ ମଝିରେ ଦୟନୀୟ ସ୍ଥିତିରେ ଥିବା ବେଳେ ଦୁଇ ଯୁବ ବ୍ୟାଟ୍‍ସମ୍ୟାନ୍‍ ଅଭିଷେକ ଶର୍ମା ଓ ପ୍ରିୟମ୍‍ ଗର୍ଗଙ୍କ ଲଢ଼ୁଆ ଇନିଂସ ବଳରେ ସମ୍ମାନଜନକ ସ୍କୋର୍‍ କରିପାରିଛି। ୨୦ ଓଭରରେ ସନ୍‍ରାଇଜର୍ସ ୫ ୱିକେଟରେ ୧୬୪ ରନ୍‍ କରିପାରିଛି। ୧୬୫ ରନ୍‍ ଲକ୍ଷ୍ୟରେ ସନ୍‍ରାଇଜର୍ସ ତା’ର ଇନିଂସ ଆରମ୍ଭ କରିଛି। ଉଭୟ ସନ୍‍ରାଇଜର୍ସ ଓ ସିଏସ୍‍କେ ସେମାନଙ୍କ ପ୍ରଥମ ୩ଟି ମ୍ୟାଚ୍‍ରୁ ଗୋଟିଏ ଲେଖାଏଁ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି।
ଟସ୍‍ ଜିତି ସନ୍‍ରାଇଜର୍ସ ହାଇଦରାବାଦ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଫିଟ୍‍ ହେବା ପରେ ଅମ୍ବତି ରାୟୁଡୁ ଓ ଡ୍ୱେନ୍‍ ବ୍ରାଭୋ ସିଏସ୍‍କେ ପାଇଁ ଏହି ମ୍ୟାଚ୍‍ ଖେଳିଥିଲେ। ପ୍ରଥମ ଓଭରରେ ଏକ ଚମତ୍କାର ଇନ୍‍ସ୍ୱିଙ୍ଗରରେ ଜନି ବେୟାରଷ୍ଟୋ (୦)ଙ୍କୁ ଦୀପକ ଚହର ବୋଲ୍‍ଡ କରିଥିଲେ। ଆରମ୍ଭରୁ ଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ଜଗିରଖି ଖେଳିଥିବା ବେଳେ ମନୀଷ ପାଣ୍ଡେ ଅଧିକ ଆକ୍ରମଣ କରିଥିଲେ। ୬ ଓଭରର ପାୱରପ୍ଲେରେ ସନ୍‍ରାଇଜର୍ସ ୪୨ ରନ୍‍ କରିଥିଲା। ୨ୟ ୱିକେଟ ପାଇଁ ୪୬ ରନ୍‍ର ଭାଗିଦାରୀ ପରେ ମନୀଷ ପାଣ୍ଡେ ୨୧ ବଲ୍‍ରୁ ୫ଟି ଚୌକା ସହ ୨୯ ରନ୍‍କରି ଆଉଟ ହୋଇଥିଲେ। ୧୦ମ ଓଭରରେ ସନ୍‍ରାଇଜର୍ସ ତା’ର ଦୁଇ ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନଙ୍କୁ ହରାଇଥିଲା। ୱାର୍ଣ୍ଣର ୨୯ ବଲ୍‍ରୁ ୩ଟି ଚୌକା ସହ ୨୮ ରନ୍‍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‍ରେ କେନ୍‍ ୱିଲିୟମ୍‍ସନ ୯ ରନ୍‍କରି ରନ୍‍ଆଉଟ ହୋଇଥିଲେ। ୧୧ ଓଭରରେ ୬୯ ରନ୍‍ରେ ୪ଟି ୱିକେଟ୍‍ ହରାଇ ସନ୍‍ରାଇଜର୍ସ ଦୟନୀୟ ସ୍ଥିତିରେ ଥିଲା। ପରେ ଦୁଇ ଯୁବ ବ୍ୟାଟ୍‍ସମ୍ୟାନ୍‍ ଅଭିଷେକ ଶର୍ମା ଓ ପ୍ରିୟମ୍‍ ଗର୍ଗ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ୫ମ ୱିକେଟ ପାଇଁ ୭ ଓଭରରେ ୭୭ ରନ୍‍ ଯୋଡ଼ିଥିଲେ। ବାମହାତି ଅଭିଷେକ ୨୪ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍‍ କରିଥିଲେ। ଇନିଂସରେ ସବୁଠାରୁ ଆକର୍ଷଣୀୟ ଇନିଂସ ଖେଳିଥିବା ପ୍ରିୟମ୍‍ ଗର୍ଗ ୨୬ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୦ ରନ୍‍କରି ଅପରାଜିତ ଥିଲେ। ୧୩ ଓଭରରେ ୭୭ ରନ୍‍ କରିଥିବା ସନ୍‍ରାଇଜର୍ସ ଶେଷ ୭ ଓଭରରେ ୮୭ ରନ୍‍ ଯୋଡ଼ିଥିଲା। ଦୀପକ ଚହର ୨ଟି ୱିକେଟ ନେଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories