www.samajalive.in
Saturday, December 6, 2025
15.1 C
Bhubaneswar

ସାବିତ୍ରୀ ପାଇଁ ବଜାର ଭିଡ଼ : ସାମାଜିକ ଦୂରତ୍ୱକୁ ସମ୍ବଲପୁରବାସୀଙ୍କ ଫୁ’

ସମ୍ବଲପୁର : କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶକୁ ଲକ୍ ଡାଉନ୍ କରାଯାଇଛି। ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଲକ୍ ଡାଉନର ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ମେ ୩୧ ତାରିଖ ଯାଏ ଲକ୍ ଡାଉନ୍ ଜାରି ରହିବ। ଏହି ଭୂତାଣୁର ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନକୁ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଇଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଲକ୍ ଡାଉନରେ କିଛିଟା କୋହଳ କରାଯାଇଥିବାବେଳେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି। ଏହା ସହିତ ଦୋକାନ ବଜାର ଖୋଲିବା ପାଇଁ ବିଭିନ୍ନ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ଯେଉଁ ଦୋକାନୀ ନିୟମ ପାଳନ ନ କରିବେ ତାଙ୍କର ପଞ୍ଜିକରଣ ରଦ୍ଦ ସହିତ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ବୋଲି ସରକାର ଓ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଗୁରୁବାର ସମ୍ବଲପୁରର ଗୋଲବଜାରଠାରେ ହୋଇଥିବା ଭିଡକୁ ଦେଖିଲେ ପ୍ରଶାସନ ଓ ପୁଲିସର କୌଣସି ଅଙ୍କୁଶ ନ ଥିବା ଭଳି ପରିଲକ୍ଷିତ ହେଉଛି।

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା। ଏଣୁ ସାବିତ୍ରୀ ଅମାବାସ୍ୟା ପୂଜା ପାଇଁ ଗୁରୁବାର ସକାଳୁ ବିଭିନ୍ନ ପୂଜା ସାମଗ୍ରୀ କିଣିବାକୁ ସମ୍ବଲପୁରବାସୀ ଗୋଲବଜାରରେ ଭିଡ ଲଗାଇଥିଲେ। ତେବେ ପୂର୍ବାହ୍ନରେ ଲାଗିଥିବା ଭିଡରେ ଲକ୍ ଡାଉନର କୌଣସି ନିୟମ ପାଳନ କରାଯାଇ ନଥିଲା। ଅଞ୍ଚଳବାସୀଙ୍କ କହିବା ଅନୁୟାୟୀ, ବିଗତ ୪ – ୫ ଦିନ ହେବ ଗୋଲବଜାର ଅଞ୍ଚଳରେ ନାହିଁ ନ ଥିବା ଭିଡ ଦେଖାଯାଉଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଲୋକେ ଯେଭଳି ଭାବରେ ଯାନବାହାନ ଜମା କରି ସାବିତ୍ରୀ ପୂଜା ପାଇଁ କିଣାକିଣି କରିଛନ୍ତି, ଏହାକୁ ଦେଖି ଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା। ସାବିତ୍ରୀ କିଣାବିକା ନାମରେ ଲୋକେ ନାହିଁ ନ ଥିବା ଭିଡ଼ ଜମାଇବା ସହିତ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଇତ୍ୟାଦି ଲକ ଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସମ୍ବଲପୁର ଜିଲାରେ ଗୁରୁବାର ଦିନ ୨ ଟି ନୂତନ କରୋନା ପଜିଟିଭ ରୋଗୀ ଏବଂ ସେଥି ମଧ୍ୟରୁ ଗୋଟିଏ ସହର ମଧ୍ୟରେ ରହିଥିବାର ଜଣାପଡିଥିବା ବେଳେ ଗୋଲବଜାରର ଭିଡକୁ ଦେଖିଲେ ଜଣାପଡୁଛି ଯେ କରୋନା ସଙ୍କଟ ପ୍ରତି ଜନତା ଓ ପ୍ରଶାସନ କେହି ସଚେତନ ନୁହନ୍ତି। ଲକ ଡାଉନ ନିୟମକୁ ଫୁ’ କରି ଉଡାଯାଉ ଥିବା ବେଳେ ଗୋଲବଜାରରୁ ୧୦୦ ମିଟର ଦୂରରେ ରହିଥିବା ଟାଉନ ଥାନା ପକ୍ଷରୁ ମଧ୍ୟ ଏହି ସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ ଆଗଭର ହୋଇ ନ ଥିଲା ଏବଂ ଚୁପ ହୋଇ ବସିଯାଇଥିଲା। ପ୍ରଶାସନ ଓ ପୁଲିସର ନିଷ୍କ୍ରିୟତାକୁ ନେଇ ସଚେତନ ନାଗରିକ ମହଲରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଉଛି। ସମ୍ବଲପୁରରେ କରୋନା ରୋଗୀ ଚିହ୍ନଟ ହେବା ପରେ ଉଭୟ ପ୍ରଶାସନ ଓ ଜନତାଙ୍କ ଏଭଳି ସମ୍ବେଦନହୀନତା ସାଧାରଣରେ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଗୁଡିକ ଜରିଆରେ ସଚେତନ ନାଗରିକମାନେ ସେମାନଙ୍କ ରୋଷ ପ୍ରକାଶ କରୁଛନ୍ତି। ଏଣୁ ସମ୍ବଲପୁର ଜିଲାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଉ ବୋଲି ସଚେତନ ନାଗରିକ ମହଲରୁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories