www.samajalive.in
Saturday, December 6, 2025
17.1 C
Bhubaneswar

ମଦଠୁ ବଳିଗଲା ତମାଖୁ ବେପାର ; ସୁରଟରେ ତମାଖୁ ଦୋକାନ ଆଗରେ ଲମ୍ୱା ଲାଇନ

ଅହମଦାବାଦ : ଗୁଜୁରାଟରେ ନୂତନ ଲକଡାଉନ୍ ଗାଇଡଲାଇନରେ ସାଧାରଣ ଲୋକଙ୍କ ଅନେକ କାର୍ଯ୍ୟରେ କଟକଣା ମୁକ୍ତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ରାଜ୍ୟରେ ରେଡ୍ ଜୋନ୍, ଗ୍ରୀନ୍ ଜୋନ୍ ଏବଂ ଅରେଞ୍ଜ ଜୋନ୍ ପ୍ରସଙ୍ଗକୁ ହଟାଇ ଦିଆଯାଇଛି। କେବଳ ଦୁଇଟି ସେଗମେଣ୍ଟ କଣ୍ଟେନମେଣ୍ଟ ଏବଂ ଅଣ-କଣ୍ଟେନମେଣ୍ଟ ଜୋନ୍ ରଖାଯାଇଛି। ଯେଉଁଠାରେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଛାଡ ନାହିଁ, କିନ୍ତୁ ଅଣ-କଣ୍ଟେନମେଣ୍ଟ ଜୋନରେ ଅନ୍ୟ ରାଜ୍ୟ ପରି ଗୁରୁତ୍ୱପୂର୍ଣ୍ଣ ଅଂଶରେ ଛାଡ ରହିଛି। ରାଜ୍ୟରେ ଜିଲ୍ଲା ମଧ୍ୟରେ ଚାଲୁଥିବା ସରକାରୀ ବସ୍ ସେବା ସହିତ ଲୋକଙ୍କ ପାଇଁ ତମାଖୁ ଦୋକାନ ମଧ୍ୟ ଖୋଲାଯାଇଛି। ଏହି କାରଣରୁ ସୁରଟରେ ଥିବା ତମାଖୁ ଦୋକାନ ବାହାରେ ଲୋକଙ୍କ ଲମ୍ୱା ଲାଇନ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଗୁଜୁରାଟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭଳି ପରିସ୍ଥିତିରେ ତମାଖୁ, ପାନ ଏବଂ ସିଗାରେଟ୍ ଦୋକାନ ଖୋଲିବା ପରେ ଶହ ଶହ ଲୋକଙ୍କ ଭିଡ ଜମିଛି। ଜଣେ ତମାଖୁ ବିକ୍ରେତା କହିଛନ୍ତି, “ଦୋକାନ ବନ୍ଦ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟ ମଧ୍ୟରେ, ମୁଁ ଏତେ କଲ୍ ପାଇଲି ଯେ ଶେଷରେ ବାଧ୍ୟ ହୋଇ ମୋବାଇଲ୍ ସୁଇଚ୍ ଅଫ୍ କରିବାକୁ ପଡିଲା। ଏପରିକି କିଛି ଲୋକ ମୋ ଘରକୁ ତମାଖୁ ପାଇଁ ଆସିଥିଲେ। ”

- Advertisement -

ଗୁଜୁରାଟରେ ଏକ ବସ୍ ସେବା ଏବଂ ତମାଖୁ ଦୋକାନ ଖୋଲିବା ସହିତ ଅଣ-କଣ୍ଟେନମେଣ୍ଟ ଜୋନ୍‌ରେ ଅନ୍ୟ କିଛି ପ୍ରସଙ୍ଗ ଉପରେ ମଧ୍ୟ କଟକଣା ମୁକ୍ତ କରାଯାଇଛି। ଏଠାରେ ସମସ୍ତ ବ୍ୟବସାୟୀଙ୍କୁ ସକାଳ ୮ ଟାରୁ ୪ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଅହମ୍ମଦାବାଦ ଏବଂ ସୁରଟ ଜିଲା ବ୍ୟତୀତ ଅନ୍ୟ ଜିଲାରେ ଅଟୋ ରିକ୍ସା ମଧ୍ୟ ଚାଲିବାକୁ ଅନୁମତି ଦିଆଯିବ।ଏକ ସମୟରେ କେବଳ ଦୁଇଜଣ ଲୋକ ଅଟୋରେ ଯାତ୍ରା କରିପାରିବେ।

ଏଥିସହ ବେସରକାରୀ କାର୍ଯ୍ୟାଳୟଗୁଡିକ ବର୍ତ୍ତମାନ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ପାଇଛନ୍ତି। ରାଜ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୀରା ବ୍ୟବସାୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ କାମ କରିବାକୁ ଅନୁମତି ଦିଆଯାଇଛି। ଏଥିସହ ପବ୍ଲିକ ଲାଇବ୍ରେରୀ ଏବଂ କେଶ କାଟିବା ସେଲୁନ୍ ଲକଡାଉନରେ ଖୋଲାଯାଇପାରିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories