www.samajalive.in
Saturday, December 6, 2025
14.1 C
Bhubaneswar

ମହାପୁରଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ପ୍ରସ୍ତୁତି : ମହୋତ୍ସବ ପୂର୍ବରୁ ସେବାୟତଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ନେମାଳ : ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ, ଆଗତ-ଅନାଗତ ମନ୍ତ୍ରର ଉଦଘୋଷକ, ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱର ଉପସ୍ଥାପକ, ତ୍ରିକାଳଜ୍ଞ ସର୍ବୋପରି ଭବିଷ୍ୟତ ମାଳିକା ସମେତ ବହୁ ଉପାଦେୟ ଗ୍ରନ୍ଥର ରଚୟିତା ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଓ ଜ୍ୟେଷ୍ଠ ପୂର୍ଣ୍ଣମୀ ପାଇଁ ଏକ ପ୍ରାରମ୍ବିକ ପ୍ରସ୍ତୁତି ତହସିଲଦାର ଜିତେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଗୋପିନାଥ ଜୀୟୁ ଓ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ଅନୁକୁଲ୍ୟରେ ଜୁନ ମାସ ୫ ତାରିଖ ହେବାକୁଥିବା ମହାପୁରଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମହାମାରୀ କରୋନା ପାଇଁ ଉକ୍ତ ମହୋତ୍ସବରେ ଶ୍ରଧାଳୁ ଭକ୍ତଙ୍କ ଅଗମନକୁ ରୋକ୍‍ ଲଗାଯିବା ପାଇଁ ସ୍ଥିର କରାଯାଇଛି। ତେବେ ପ୍ରଭୁଙ୍କର ସମସ୍ତ ନିତିକାନ୍ତି କରାଯିବା ସହିତ ମହୋତ୍ସବ ପୂର୍ବରୁ ସମସ୍ତ ସେବାୟତମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସମସ୍ତେ ସମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ପିନ୍ଧି ପୂଜା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଉକ୍ତ ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ କୌଣସି ଶ୍ରଧାଳୁମାନେ ନ ଆସିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।
ସୁଚନା ଯୋଗ୍ୟ, ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ପଦ୍ମବନ କ୍ଷେତ୍ର ନେମାଳ ଠାରେ ପ୍ରଶିଦ୍ଧ ଦେବସ୍ନାନଯାତ୍ରା ଓ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଅବସରରେ ଲକ୍ଷ ଲକ୍ଷ ଶ୍ରଧାଳୁ ଭକ୍ତଙ୍କ ସମାବେଶ ହୋଇଥାଏ। ବିଶେଷକରି ନେମାଳ ବାଲିଯାତ୍ରା ପଡିଆରେ ଲକ୍ଷାଧିକ ଶ୍ରଧାଳୁ ଭକ୍ତଙ୍କ ସମାବେସ ହୋଇଥିବା ବେଳେ ଶତାଧିକ ଉଠା ଦୋକାନ, ଦୋଳି, ମ୍ୟାଜିକ ଶୋ ଆଦି ପଡିଥାଏ। ପରନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଠାକୁରଙ୍କ ସମସ୍ତ ନିତିକାନ୍ତି କରାଯିବା ସହିତ ପରମ୍ପରା ଅନୁଯାଇ ହିନ୍ଦୁ ଓ ମୁସଲମାନମାନଙ୍କ ଭାଇଚାରା ସମ୍ପର୍କର ପେଡି ଭୋଗ ଲାଗି କରାଯିବା ପାଇଁ ପ୍ରସ୍ଥାବ ଅଗତ ହୋଇଥିଲା। ଉକ୍ତ ବୈଠକରେ ନେମାଳ ଥାନା ପୁଲିସ, ସ୍ଥାନିୟ ଅଞ୍ଚଳର ଜନସାଧାରଣ, ସେବାୟତ ପ୍ରମୁଖ ସମାଜିକ ଦୂରତ୍ୱ ରକ୍ଷା କରି ଅଂଶଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories