www.samajalive.in
Friday, December 12, 2025
14.1 C
Bhubaneswar

ଓଡ଼ିଶା ସମାଜବାଦୀ ପାର୍ଟି ତରଫରୁ ୧୫ଶ ଅର୍ଥ କମିଶନକୁ ସ୍ମାରକପତ୍ର

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ଏକ ୫ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ପାର୍ଟି ସଭାପତି ରବି ବେହେରାଙ୍କ ନେତୃତ୍ୱରେ ପଞ୍ଚଦଶ ଅର୍ଥ କମିଶନକୁ ଭେଟି ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶାରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇଦେବା, ରାଜ୍ୟରେ କୃଷି ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଣ ଏବଂ ବିଶୁଦ୍ଧ ପାନୀୟଜଳ ପାଇଁ ସ୍ୱତନ୍ତ୍ର ଅନୁଦାନ, ପାଣିପାଗ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବ୍ୟାପକ ବୃକ୍ଷ୍ୟରୋପଣ ଏବଂ ଏ ଦିଗରେ ଯୁବ ରେଡକ୍ରସ ଓ କଲେଜ ବିଶ୍ୱବିଦ୍ୟାଳୟ ଏନ୍‍.ଏସ୍‍.ଏସ୍‍ ଭଲ୍ୟୁଣ୍ଟିୟର ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଦଳ ଦାବି କରିଛି। ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ପାଣ୍ଠି ଦେବା ସହିତ ନୂତନ ଭିତ୍ତିଭୂମି ବିକାଶରେ ସେମାନଙ୍କୁ ଟିକସ ଧାର୍ଯ୍ୟକରିବା କ୍ଷମତା ଦେବାକୁ ଦଳ ଦାବି କରିଛି। ଏହିଭଳି ଅନେକ ସମସ୍ୟାର ସମାଧାନ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ସ୍ମାରକପତ୍ର ପ୍ରଦାନରେ ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବନେତା ସମ୍ବିତ ଦାସ, ପ୍ରଦୀପ ମିଶ୍ର ସାମିଲ ଥିଲେ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories