www.samajalive.in
Friday, December 12, 2025
14.1 C
Bhubaneswar

ସାମାଜିକ ଗଣମାଧ୍ୟମ ଯୋଗୁଁ ଆତଙ୍କବାଦ ଆଡକୁ ଢଳୁଛନ୍ତି ଯୁବପିଢି: ସେନା ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପରେ ଏବେ ସେନା ମୁଖ୍ୟ ବିପିନ ରାୱତ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ନେଇ ଗୁରୁତ୍ବାରୋପ କରିଛନ୍ତି। ସାମାଜିକ ଗଣମାଧ୍ୟମଗୁଡିକରେ ଧର୍ମ ନାମରେ ମିଥ୍ୟା ଖବର ପ୍ରସାରଣ ଦ୍ବାରା ଯୁବପିଢି ଆତଙ୍କବାଦୀ ବିଚାରଧାରା ଆଡକୁ ଢଳୁଛନ୍ତି। ଏଣୁ ସାମାଜିକ ଗଣମାଧ୍ୟମଗୁଡିକ ଉପରେ କଟକଣା ଲାଗୁ କରାଯିବା ଉଚିତ ବୋଲି ରାୱତ ଦର୍ଶାଇଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ରାଏସିନା ଆଲୋଚନା-୨୦୧୯ରେ ଉଦ୍‌ବୋଦନ ଦେଇ ସେ କହିଛନ୍ତି, ଦେଶରେ ମିଥ୍ୟା ଖବର ପ୍ରଚ​‌ାର କାରଣରୁ ଯୁବପିଢି ଭାବୁଛନ୍ତି ଆତଙ୍କବାଦୀଙ୍କ ପ୍ରତ୍ୟେକ କାର୍ଯ୍ୟ ପଛରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ରହିଛି। ଫଳତଃ ସେମାନେ ଏହି ବିଚାରଧାରାରେ ଅନୁପ୍ରାଣିତ ହେଉଛନ୍ତି। ସମ୍ପ୍ରତି ଦେଶରେ ଏହା ଏକ ଭିନ୍ନ ରୂପ ଧାରଣ କରିଛି। ବିଶେଷକରି ଜାମ୍ମୁ-କାଶ୍ମୀରରେ ଏହି କାରଣରୁ ଅଧିକରୁ ଅଧିକ ଶିକ୍ଷିତ ଯୁବପିଢି ଆତଙ୍କବାଦର ପଥ ଆପଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ପ୍ରଚାର କରି ଆତଙ୍କବାଦୀ ସଂଗଠନଗୁଡିକ ଲାଗି ପାଣ୍ଠି ସଂଗ୍ରହ କରାଯାଉଛି। କେତେକ ରାଷ୍ଟ୍ର ମଧ୍ୟ ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଇ ଦେଉଛନ୍ତି। ଯଦ୍ଦ୍ବାରା ଆତଙ୍କବାଦ ନିଜର କାୟା ବିସ୍ତାର କରିବାରେ ଲାଗିଛି। କିନ୍ତୁ ଯଦି କୌଣସି ରାଷ୍ଟ୍ର ସାମାଜିକ ଗଣମାଧ୍ୟମ ଉପରେ କଟକଣା ଲାଗୁ କରିବାର ଉଦ୍ୟମ କରୁଛନ୍ତି ତା’ହେଲେ ଗଣମାଧ୍ୟମର ସ୍ବରକୁ ଦବାଇବା ତଥା ଏହାର ଅଧିକାର ହନନ କରାଯିବା ଭଳି ଅଭିଯୋଗ ଉଠୁଛି। ଏହା ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାୱତ୍‌ ବିଶ୍ବସମୁଦାୟକୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ଅନେକଥର ରାୱତ୍‌ ସାମାଜିକ ଗଣମାଧ୍ୟମ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଏପରିକି ଯେଉଁ ଯବାନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ଆପତ୍ତି ପ୍ରକାଶ କରିବେ ସେମାନଙ୍କୁ ଦଣ୍ଡିତ ହେବାକୁ ପଡିବ ବୋଲି ରାୱତ ୨୦୧୭ରେ କହିଥିଲେ। ଏଭଳି କରିବା ଦ୍ବାରା ଦେଶର ସୀମା ସୁରକ୍ଷା କରୁଥିବା ସେନା ବାହିନୀର ନୈତିକ ମୂଲ୍ୟବୋଧ କ୍ଷୁର୍ଣ୍ଣ ହେଉଛି ବୋଲି ସେ ଦର୍ଶାଇଥିଲେ। ଉଲ୍ଲେଖ ଯେ ରାଏସିନା ଆଲୋଚନାର ଚତୁଥର୍ର୍ ସଂସ୍କରଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏଥିରେ ୯୨ଟି ଦେଶର ବକ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories