www.samajalive.in
Friday, December 12, 2025
14.1 C
Bhubaneswar

ସୋଲାପୁର-ତୁଲଜାପୁର-ଓସମାନାବାଦ ୪ ଲେନ ଜାତୀୟ ରାଜପଥକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ସୋଲାପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସୋଲାପୁର ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖିଛନ୍ତି।

ସଡ଼କ ପରିବହନ ଏବଂ ଯୋଗାଯୋଗର ଉନ୍ନତି ନିମନ୍ତେ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ୪ଲେନ ବିଶିଷ୍ଟ ୨୧୧ ନଂ ଜାତୀୟ ରାଜପଥ (ନୂତନ ୪୨ ନଂ ଜାତୀୟ ରାଜପଥ)ର ସୋଲାପୁର-ତୁଲଜାପୁର-ଓସମାନାବାଦ ଭାଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସୋଲାପୁର-ଓସମାନାବାଦ ରାଜପଥକୁ ୪ ଲେନ ବିଶିଷ୍ଟ କରିବା ଦ୍ୱାରା ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ମରାଠାୱାଡ଼ା କ୍ଷେତ୍ରରେ ଯୋଗାଯୋଗରେ ଉନ୍ନତି ହୋଇପାରିବ  ।

- Advertisement -

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩୦,୦୦୦ ବାସଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହାଦ୍ୱାରା ଜରି ଗୋଟାଳିରିକ୍ସା ଚାଳକକପଡ଼ା ଶ୍ରମିକବିଡି ଶ୍ରମିକ ଆଦିଙ୍କ ଭଳି ଗରିବ ବାସହୀନ ଲୋକମାନେ ସର୍ବାଧିକ ଉପକୃତ ହୋଇପାରିବେ । ଏହି ପ୍ରକଳ୍ପ ଲାଗି ମୋଟ ୧୮୧୧.୩୩ କୋଟି ଟଙ୍କା ବ୍ୟୟ କରାଯିବଏଥିମଧ୍ୟରୁ ୭୫୦ କୋଟି ଟଙ୍କା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସହାୟତା ଆକାରରେ ଦିଆଯିବ ।

ସ୍ୱଚ୍ଛ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖିସୋଲାପୁରଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଭୂତଳ ସ୍ୱେରେଜ ବ୍ୟବସ୍ଥା ଏବଂ ତିନୋଟି ସିୱେଜ ପରିଚାଳନା ପ୍ଳାଣ୍ଟକୁ ସମର୍ପିତ କରିବେ । ଏହା ସହରରେ ବର୍ଜ୍ୟ ଜଳ ନିଷ୍କାସନ ବୃଦ୍ଧି କରିବା ସହିତ ସହରରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିପାରିବ । ଏହା ବର୍ତ୍ତମାନର ବ୍ୟବସ୍ଥା ସ୍ଥାନରେ କାର୍ଯ୍ୟକାରୀ ହେବ ଏବଂ ଅମୃତ ଯୋଜନା ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ଟ୍ରଙ୍କ ସିୱରଗୁଡ଼ିକ ସହିତ ଯୋଡ଼ି ହେବ ।

ପ୍ରଧାନମନ୍ତ୍ରୀ ସୋଲାପୁର ସ୍ମାର୍ଟ ସିଟି କ୍ଷେତ୍ର ଆଧାରିତ ବିକାଶର ଅଂଶବିଶେଷ ସ୍ୱରୂପ ଜଳ ଯୋଗାଣ ଏବଂ ସ୍ୱେରେଜ ପ୍ରଣାଳୀର ମିଳିତ ସୁଧାର ପ୍ରକଳ୍ପଉଜାନୀ ନଦୀବନ୍ଧରୁ ସୋଲାପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଅମୃତ ମିଶନ ଅନ୍ତର୍ଗତ ଭୂତଳ ସ୍ୱେରେଜ ପ୍ରଣାଳୀର ଆଧାରଶିଳା ରଖିବେ । ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ପ୍ରକଳ୍ପର ମଞ୍ଜୁରିପ୍ରାପ୍ତ ବ୍ୟୟ ୨୪୪ କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପ ଦ୍ୱାରା ସେବା ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ସୁଧାର ହେବ ଏବଂ ପ୍ରଯୁକ୍ତି ଆଧାରିତ ଜନସ୍ୱାସ୍ଥ୍ୟରେ ସୁଧାର ଆସିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories