ସମ୍ବଲପୁର: ସମ୍ବଲପୁରର ବୁଢ଼ାରଜା ଠାରେ ପତଙ୍ଗ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଜୁନ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଶିଶୁମାନେ କିପରି ନିଜର ଲୁକ୍କାୟିତ ପ୍ରତିଭାକୁ ଚିହ୍ନି ପାରିବେ ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ରହିଥିଲା। ଶିବିରରେ ଯୋଗ, ଖେଳ, ନୃତ୍ୟ, କଳା, ନାଟକ, ଚିତ୍ରାଙ୍କନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଶିଶୁମାନଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରାଯାଇଥିଲ।। ଏଥିରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୨୫ ଜଣ ଶିଶୁ ସାମିଲ ହୋଇଥିଲେ।
ଶିବିରକୁ ସ୍ୱେଚ୍ଛାସେବୀ ଯୁବ ଗୋଷ୍ଠୀ ଦିପାଙ୍ଗିନୀ ସ୍ୱାଇଁ, ଯୁଗଳ କିଶୋର ବାରିକ, ସିମରନ ସାହୁ ଓ ତେହଯିବ ବାନୋ ପରିଚାଳନା କରିଥିଲେ। ଶିବିରର ଉଦଯାପନୀ ଦିବସରେ ଅଭିଭାବକ ମାନେ ନିଜସ୍ୱ ମତ ପ୍ରକାଶ କରି ଆଗାମୀ ଦିନରେ ଶିଶୁ ମାନଙ୍କର ଶୈକ୍ଷଣୀୟ ତଥା ଚାରିତ୍ରିକ ବିକାଶ ଉପରେ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ପାଇଁ କହିଥିଲେ।



