www.samajalive.in
Sunday, December 14, 2025
23.1 C
Bhubaneswar

ଦେଓମାଳି ଛୁଇଁଲା ମୌସୁମୀ

କୋରାପୁଟ: ଦେଓମାଳି ଛୁଇଁଲା ମୌସୁମୀ। ମୌସୁମୀର ପହିଲି ସ୍ପର୍ଶରେ ମାଳଭୂମି ସତେ ଯେମିତି ଲାଜେଇଗଲା। ମେଘ ଆସିଲା, ଶୀତଳତା ଭରିଦେଲା। ଆଦିବାସୀ ମନ ନାଚି ଉଠିଲା। ନିଦାଘରେ ଆଉଟୁପାଉଟୁ କୋରାପୁଟର ପ୍ରକୃତିକୁ ମୌସୁମୀ ଚଳଚଞ୍ଚଳ କରିଦେଲା।

ଆଜି ଉଚ୍ଚତ୍ତମ ଶୃଙ୍ଗ ଦେଓମାଳିକୁ ଛୁଇଁଛି ମୌସୁମୀ। ସବୁବେଳେ ସୁନ୍ଦର କୋରାପୁଟର ପ୍ରକୃତି ଆହୁରି ସୁନ୍ଦର ହୋଇଯାଇଛି। ନୀଳ ଆକାଶରେ କଳାହାଣ୍ଡିଆ ମେଘ ଖଣ୍ଡ ଦେଖି ଜୀବଜଗତ ନାଚି ଉଠିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଚଳଚଞ୍ଚଳ ହୋଇଯାଇଛି। ପାହାଡ଼ ପର୍ବତର ଭରା ମାଳଭୂମିରେ ମେଘ ଖଣ୍ଡ ଖଣ୍ଡ ଦେଖିବାକୁ ମିଳୁଛି। ମାସ ମାସ ଧରି ବର୍ଷାର ଆଗମନକୁ ଚାତକ ଭଳି ଚାହିଁ ରହିଥିବା ଆଦିବାସୀ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଥରେ ଏ ଡଙ୍ଗରକୁ ବର୍ଷା ଛୁଇଁଦେଲେ ଆନନ୍ଦରେ ଗୀତ ଗାଆନ୍ତି ଆଦିବାସୀ।

- Advertisement -

ଏ ମାଟିର ବାସ୍ନା ପ୍ରକୃତିପ୍ରେମୀ, ସାହିତ୍ୟିକ, କବିଙ୍କୁ ବିଭୋର କରିଛି। ପ୍ରବଳ ଗ୍ରୀଷ୍ମରେ ଆଉଟୁପାଉଟୁ ମଣିଷ ସମାଜ ମଧ୍ୟ ଢେର ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି। କଥାରେ ଅଛି କୋରାପୁଟ ମାଟିକୁ ଥରେ ବର୍ଷା ଛୁଇଁଲେ ଏ ମାଟି ବର୍ଷାର ଶୀତଳତାକୁ ବହୁଦିନ ଧରି ଅନ୍ତରଙ୍ଗ ଭାବେ ଧରି ରଖେ। ଆଦିବାସୀ ବର୍ଷା ଦେଖି ପାଗଳ ହୁଅନ୍ତି ନାହିଁ ବରଂ ବର୍ଷା ଛୁଇଁବା ମାତ୍ରେ ଚାଷ କାର୍ଯ୍ୟ ଆରମ୍ଭ କରି ଦିଅନ୍ତି। ଅସରାଏ ଅସରାଏ ବର୍ଷାରେ ବି ଏମାନେ ଲାଗି ପଡ଼ନ୍ତି ଚାଷ କାର୍ଯ୍ୟରେ। ଏସବୁ ଆଶ୍ବସ୍ତି ଭିତରେ କିନ୍ତୁ ଏବେ ବି ଅନେକଙ୍କ ମନରେ ଆଶଙ୍କା ଭରି ରହିଛି। କାରଣ ଗତବର୍ଷ ତୁଳନାରେ ଚଳିତବର୍ଷ ବର୍ଷା କମ ପରିମାଣର ହୋଇଥିବାରୁ ମୌସୁମୀ ଧୋକା ଦେବ ନାହିଁ ତ ଏଭଳି ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି।

ଆଜି କୋରାପୁଟରେ ମଧ୍ୟାହ୍ନ ପରଠାରୁ ପାଗ ମେଘୁଆ ରହିଥିବାବେଳେ ଆକାଶରେ ଭସା ବାଦଲ ଦେଖିବାକୁ ମିଳିଥିଲା। ମଝିରେ ମଝିରେ ଝିପିରି ଝିପିରି ବର୍ଷା ହୋଇଥିଲା। ସେହିପରି ରାୟଗଡ଼ାରେ ଅପରାହ୍ଣ ପରଠାରୁ ପାଗ ମେଘୁଆ ରହିଥିଲେ ମଧ୍ୟ ବର୍ଷା ନେଇ କୌଣସି ରେକର୍ଡ ନାହିଁ। ପଡ଼ୋଶୀ ମାଲକାନଗିରିରେ ସାମାନ୍ୟ ଝିପିରି ଝିପିର ବର୍ଷା ହୋଇଥିଲେ ହେଁ ପ୍ରବଳ ଗରମ, ଗୁଳୁଗୁଳିରେ ଆଉଟୁପାଉଟୁ ହୋଇଛନ୍ତି ଜନତା। ସେହିପରି ନବରଙ୍ଗପୁରରେ ପାଗ ସାମାନ୍ୟ ମେଘୁଆ ରହିଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଥିବା ଖବର ହସ୍ତଗତ ହୋଇଛି। ଏହା ସହ ଗତ କିଛିଦିନ ହେଲା ମାଳଭୂମିର ଏହି ଚାରି ଜିଲାରେ କ୍ରମାଗତ ବଜ୍ରପାତରେ ବହୁ ଲୋକଙ୍କ ଜୀବନହାନୀ ସାଙ୍ଗକୁ ବହୁ ଗୃହପାଳିତ ପଶୁଙ୍କ ଦୁଃଖଦ ମୃତ୍ୟୁ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ଘଡ଼ଘଡ଼ି ଓ ବିଜୁଳି ମାରିଲେ ଲୋକେ ଆତଙ୍କିତ ହୋଇପଡ଼ୁଛନ୍ତି। ତେବେ ଗତକାଲି ମୌସୁମୀର ଆଗମନକୁ ଅପେକ୍ଷା କରିଥିବା କୋରାପୁଟରେ ଭଲ ବର୍ଷା ହୋଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ କରାଯାଇଥିବା ରେକର୍ଡରୁ ଜଣାଯାଏ। ଗତକାଲି ପ୍ରାକ ମୌସୁମୀର ପ୍ରଥମ ସ୍ପର୍ଶରେ ୧୪୩ ମିମି ବର୍ଷା ହୋଇଥିବାବେଳେ କୋରାପୁଟ ଜିଲାରେ ହାରାହାରି ୧୦.୨୧ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତକାଲି ଜୟପୁର ବ୍ଲକରେ ସର୍ବାଧିକ ୪୬.୬ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରାପୁଟ ବ୍ଲକରେ ୨୫ ମିମି ବର୍ଷା ହୋଇଥିବାବେଳେ, ବନ୍ଧୁଗାଁରେ ୨୩ ମିମି, ନନ୍ଦପୁରରେ ୨ ମିମି, ନାରାୟଣପାଟଣାରେ ୧୦ମିମି , ଲକ୍ଷ୍ମୀପୁରରେ ୧୭ ମିମି, ସିମିଲିଗୁଡା ରେ ୧୫ ମିମି, ବୋରିଗୁମ୍ମାରେ ୩.୪.ମିମି ଏବଂ ବୈପାରୀଗୁଡ଼ା ବ୍ଲକରେ ଏକ ମିମି ବର୍ଷା ହୋଇଥିବା ଜିଲା ଜରୁରୀକାଳୀନ ବିଭାଗ ରେକର୍ଡରୁ ଜଣାଯାଇଛି। ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାରେ ବର୍ଷା ରେକର୍ଡ ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories