ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତ ଦିବସୀୟ ଶିବିର ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ଯୋଗ ଦେଇ ସମାଜସେବାରେ ସ୍ବେଚ୍ଛାସେବୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସ୍ବେଛାସେବୀ ଯେପରି ଆତ୍ମିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥଲେ।
ବିଶେଷ ଅତିଥି ଭାବରେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇ ସ୍ବେଛାସେବୀ କିପରି ନିଜର ପଢା ସହ ସମାଜ ସେବା କରିବେ ସେହି ବିଷୟରେ ନିଜ ଜୀବନର ଅନୁଭୂତି ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଇଂରାଜୀ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ସଭାପତିତ୍ଵ କରିଥିବା ବେଳେ ପ୍ରୋଗ୍ରାମ ଅଫିସର ରାଜୀବ ଜାଲ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସ୍ବେଚ୍ଛାସେବୀଙ୍କୁ ମାନପତ୍ର ବଣ୍ଟନ କରାଯାଇ ଥିଲା।



