www.samajalive.in
Saturday, December 6, 2025
16.1 C
Bhubaneswar

ଏନସିସି କ୍ୟାଡେଟମାନଙ୍କ ପକ୍ଷରୁ ବେଳାଭୂମି ସଫେଇ

ଗୋପାଳପୁର: ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ୱାର୍ଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ‘ପୁନିତ ସାଗର ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହି ‘ପୁନିତ ସାଗର ଅଭିଯାନ’ ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ପରିପେକ୍ଷିରେ ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ୱାର୍ଟର ବ୍ରହ୍ମପୁର ଅଧିନରେ ଥିବା (ଓଡି଼ଶା) ନାଭାଲ୍ ୟୁନିଟ୍୧ ଏନ୍.ସି.ସି. ବ୍ରହ୍ମପୁର ଓ (ଓଡି଼ଶା) ଗାର୍ଲସ୍ ବାଟାଲିୟନ୍ ଏନ୍.ସି.ସି ୨, ରାୟଗଡାର ବିଭିନ୍ନ ସ୍କୁଲ ଓ କଲେଜର ଏନ୍.ସି.ସି. କ୍ୟାଡେଟ୍ ମାନେ ଭାଗ ନେଇଥିଲେ। ୨୫୦ରୁ ଉର୍ଦ୍ଧ୍ବ ନାଭାଲ ଓ ଆର୍ମି ଏନ୍.ସି.ସି. କ୍ୟାଡେଟ୍ ମାନେ ଏହି ଅଭିଯାନରେ ଭାଗନେଇ ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ।

ଏଥିସହ ସ୍ଥାନୀୟ ବାସିନ୍ଦା, ଦୋକାନି ଓ ପର୍ଯ୍ୟଟକମାନଙ୍କୁ ବେଳାଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଷ୍କାର ରଖିବା ପାଇଁ ସଚେତନତା କରିଥିଲେ। ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁରର ଗ୍ରୃପ କମାଣ୍ଡର ଗ୍ରୁପ କ୍ୟାପଟେନ୍ ସଚିନ୍ ଗୁପ୍ତାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଂଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଇଂ. ସୂର୍ଯ୍ୟନାରାୟଣ ଧର ଓ ସମାନ୍ନିତ ଅତିଥିଭାବେ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସୁଧୀର ରାଉତ ଯୋଗଦେଇ ଏନ୍.ସି.ସି କ୍ୟାଡେଟ୍ ମାନଙ୍କ ଉଦବୋଧନ ଦେଇଥିଲେ। ସେହିପରି ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ୱାର୍ଟର ବ୍ରହ୍ମପୁରର କର୍ଣ୍ଣେଲ ଶ୍ରୀକ୍ରିଷ୍ଣା ଓ ଲେପଟନାଣ୍ଟ କର୍ଣ୍ଣେଲ ପି.ଭି.ଏନ୍. ରେଡ୍ଡି ପ୍ରମୁଖ ଅଶଂ ଗ୍ରହଣ କରି କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିଥିଲେ।

- Advertisement -

ସମଗ୍ର ଦେଶରେ ଜାରି ରହିଥିବା ଏହି ‘ପୁନିତ ସାଗର ଅଭିଯାନ’ ଡିସେମ୍ବର ୧ରୁ ଆରମ୍ଭ ହୋଇଥିବାବେଳେ ଏନ୍.ସି.ସି. ନିର୍ଦ୍ଦେଶାଳୟ ଓଡିଶା ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯାଇଛି। ସମଗ୍ର ଓଡିଶାର ସମୁଦ୍ର ତଟବର୍ତ୍ତି ଥିବା ଏନ୍.ସି.ସି. ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡିକର ୪୦୦୦ରୁ ଅଧିକ କ୍ୟାଡେଟ୍ ସାମିଲ ହୋଇ ବେଳାଭୂମି ପରିସରରୁ ପ୍ରାୟ ୬୦୦ କେଜି ଅଳିଆ ଆବର୍ଜନା ଗ୍ରହଣ କରି ସ୍ଥାନୀୟ ପ୍ରସାଶନକୁ ହସ୍ତାନ୍ତର କରିଥିଲେ। ଆଜି ଏହି ଅଭିଯାନରେ ସାମିଲ ଏନ୍.ସି.ସି. କ୍ୟାଡେଟ୍ ମାନଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ ଏହା ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏହାସହ ହସ୍ତାକ୍ଷର ଅଭିଯାନ ସହ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories