www.samajalive.in
Saturday, December 6, 2025
14.1 C
Bhubaneswar

ଶୌଚାଳୟରେ ବିତୁଛି ଜୀବନ ମାମଲା : ହୃଷିକେଶଙ୍କ ପରିବାର ପାଖରେ ପଂହଚିଲେ ବିଡିଓ

ହରଭଙ୍ଗା: ହରଭଙ୍ଗା ବ୍ଲକ ଅଫିସ ନିକଟସ୍ଥ ଚାରିଛକ ଇଲେକ୍ଟ୍ରି ଅଫିସ ପଛପାଖରେ ହୃଷିକେଶ ପାଣିଗ୍ରାହୀଙ୍କ ଭଳି ଜଣେ ଗରିବ ଲୋକ ତାର ୪ପୁଅ ,ଝିଅଙ୍କୁ ନେଇ ଶୌଚାଳୟ ଘରେ ଦିନ କାଟୁଥିବା  ଶୀର୍ଷକ ଏକ ଖବର ଗତ ୨୦ତାରିଖ ‘ସମାଜ’ରେ ପ୍ରକାଶ ପାଇଥିଲା। ଏହା ପରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆଡେଣିଗଡ ରାଜସ୍ୱ ନୀରିକ୍ଷକ ପ୍ରଦୀପ ବିଶ୍ୱାଳ ତାଙ୍କ ପାଖରେ ପଂହଚି ତାଙ୍କର ଜମିବାଡି ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଏହାର ଗୋଟିଏ ଦିନ ପରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ମଧ୍ୟ ହୃଷିକେଶଙ୍କୁ ଭେଟି ତାଙ୍କର ଭଲମନ୍ଦ ବୁଝିବା ସହିତ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗରିବ ହୃଷିକେଶଙ୍କୁ କେବେ ସରକାରୀ ସାହାଯ୍ୟ ମିଳୁଛି ତାକୁ କେବଳ ଦେଖିବାର ଅପେକ୍ଷା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories