www.samajalive.in
Saturday, December 6, 2025
26.1 C
Bhubaneswar

ସୁବାଷିତ ଜଳରେ ସ୍ନାନ କଲେ ; ପଞ୍ଚାନନ ବେଶରେ ଦର୍ଶନ ଦେଲେ

ଆରଡି : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଗୁରୁବାର ଦିନତମାମ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭୋର ୪ଟାର ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି କରାଯାଇ ମଣିବାବାଙ୍କୁ ଫୁଲ, ଚନ୍ଦନ, ବେଲ୍ୱପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ସକାଳ ୯ଟାରେ ପହଡଖିଆ ଅନ୍ନ ନୀତି ଭୋଗ, ମଧ୍ୟାହ୍ନ ୧୨ଟାରେ ପଞ୍ଚାନନ ବେଶ କରାଯାଇଥିଲା। ୨ଟାରେ ଅବକାଶ(ଶୟନ) ନୀତି ସମ୍ପନ୍ନ ହେବା ପରେ ୧୦୮ଗରା ସୁବାଷିତ ଜଳରେ ମଣିବାବାଙ୍କୁ ମହାସ୍ନାନ କରାଯାଇଥିଲା। ଅପରାହ୍ଣ ୪ଟା ସୁଦ୍ଧା ସମସ୍ତ ସକାଳ ନୀତି ସରିବା ପରେ ମନ୍ଦିର ଗମ୍ଭୀରା ଘର ସଫେଇ କରାଯାଇ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଚଳିତବର୍ଷ କୋଭିଡ କଟକଣା ମନ୍ଦିରରେ ବଳବତ୍ତର ରହିଥିବାରୁ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories