www.samajalive.in
Sunday, December 7, 2025
14.1 C
Bhubaneswar

ଭକ୍ତ ଦାସିଆଙ୍କ ସ୍ମୃତି ସଭା : ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ ଉନ୍ମୋଚିତ

ପିପିଲି : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ନିକଟବର୍ତ୍ତୀ ବାଲିଗାଁ ଠାରେ ଆଧ୍ୟାତ୍ମିକ ତ୍ରୈମାସିକ ପତ୍ରିକା ‘ଭାବକୁ ନିକଟ’ର ଷର୍ଷ୍ଠ ବର୍ଷର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି।
ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ କୋଭିଡ୍‍ ଗାଇଡଲାଇନ ପାଳନ ପୂର୍ବକ ଅନୁଷ୍ଠିତ ସଭାରେ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରି ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପତ୍ରିକାରେ ସ୍ଥାନ ପାଇଥିବା ବିଶିଷ୍ଟ ଶିକ୍ଷାବିତ୍‍ ଓ ସାହିତ୍ୟିକଙ୍କ ଲେଖାକୁ ଭୂୟସି ପ୍ରଶଂସା କରିବା ସହ ଏହା ମାନବ ସମାଜ ପାଇଁ ବହୁଦିଗରୁ ପ୍ରେରଣାର ଉତ୍ସ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗଦାଧର ଦାଶ, ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍‍ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ସରୋଜ କୁମାର ସାହୁ, ସମାଜସେବୀ ଚିତ୍ତରଞ୍ଜନ ସେନାପତି, ପ୍ରଶାନ୍ତ କୁମାର ରାଉତରାୟ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ରଥ, ଆଞ୍ଚଳିକ କମିଟି ସଦସ୍ୟ ସ୍ୱୟଂ ପ୍ରକାଶ ପରିଡ଼ା, ଅର୍ଜ୍ଜୁନ ମାଝୀ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ବିଶ୍ୱାଳ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ। ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିବା ଅବସରରେ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିବା ସହ ଉକ୍ତ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ଆଧ୍ୟାତ୍ମିକ ତ୍ରୈମାସିକ ପତ୍ରିକା ‘ଭାବକୁ ନିକଟ’ର ଷଷ୍ଠ ବର୍ଷର ଦ୍ୱିତୀୟ ସଂସ୍କରଣକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଓଡ଼ିଶା ସୋସାଇଟି ଅଫ୍‍ ସ୍କଟଲାଣ୍ଡର ପ୍ରାକ୍ତନ ସଭାପତି ସ୍ୱର୍ଗତ ଡାକ୍ତର ବିଷ୍ଣୁମୋହନ ରାଉତରାୟଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍‍ ନିରବ ପ୍ରାର୍ଥନା କରାଯିବା ସହ ସାମୁହିକ ଦୀପଦାନ କରାଯାଇଥିଲା। ଶେଷରେ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories