ଭୁବନେଶ୍ଵର: ଆଜି ଜୁନ ୨୨ ତାରିଖ ପୂର୍ବାହ୍ନ ୯ଟାରେ ଆୟୋଜିତ ହେବ ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା। ଏହାର ବିଷୟବସ୍ତୁ ରହିଛି- ‘ଗୋପବନ୍ଧୁଙ୍କ ସ୍ଵପ୍ନର ଓଡ଼ିଶା’।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଏହି ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଉଛି। ତରୁଣ ପିଢିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ସମାଜ ପକ୍ଷରୁ ଏହି ଅଭିନବ ପ୍ରୟାସ ଜାରି ରହିଛି।




