www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍ଷାଧିକ ବିଦ୍ୟାର୍ଥୀ ଚିତ୍ର ଆଙ୍କିଲେ, ପ୍ରବନ୍ଧ ଲେଖିଲେ

କଟକ : ‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ରବିବାର ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖିନ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନିଷ୍ଠ ଓ ବରିଷ୍ଠ ବିଭାଗର ଦୁଇଟି ବର୍ଗରେ ରାଜ୍ୟର ୩୧୪ଟି ବ୍ଲକ ସମେତ ୬ଟି ସହରରେ ଚିତ୍ରାଙ୍କନ ଏବଂ ବରିଷ୍ଠ ବିଭାଗରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଭୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଲକ୍ଷାଧିକ ବିଦ୍ୟାର୍ଥୀ ଭାଗ ନେଇଥିଲେ। ପାରାଦ୍ୱୀପଠାରୁ ଆରମ୍ଭ କରି ପାରଳାଖେମୁଣ୍ଡି,
ବାଲେଶ୍ୱରଠାରୁ ଆରମ୍ଭକରି ବଲାଙ୍ଗୀର ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଭାଗ ନେବାପାଇଁ ସକାଳୁସକାଳୁ ଅଭିଭାବକମାନେ ନିଜ ପିଲାଙ୍କୁ ଧରି ପହଞ୍ଚିଥିଲେ। ଉଭୟ ପ୍ରତିଯୋଗିତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ୬୫ହଜାରରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବାବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ୩୫ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ସକାଳ ୯ଟା ୩୦ରୁ ୧୦ଟା ୩୦ମିନିଟ୍‍ ପର୍ଯ୍ୟନ୍ତ କନିଷ୍ଠ(୩ୟରୁ ୫ମ) ଏବଂ ବରିଷ୍ଠ(୬ଷ୍ଠ ଓ ୭ମ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ବରିଷ୍ଠ ବିଭାଗରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିକେନ୍ଦ୍ରରେ ବିଶିଷ୍ଟ ଚିତ୍ରକରଙ୍କ ଦ୍ୱାରା ଚିତ୍ରଗୁଡିକର ମୂଲ୍ୟାୟନ କରାଯାଇ ଉଭୟ ବିଭାଗର ୩ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଓ ୭ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତି ବ୍ଲକରେ ଆୟୋଜିତ କନିଷ୍ଠ ଓ ବରିଷ୍ଠ ବର୍ଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ଚିତ୍ରାଙ୍କନ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ବ୍ଲକସ୍ତରରେ ଶ୍ରେଷ୍ଠ ବିବେଚିତ ପ୍ରବନ୍ଧ ଓ ଚିତ୍ରାଙ୍କନଗୁଡିକ ବକ୍ସିବଜାରସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ ବିଚାରକଙ୍କ ଦ୍ୱାରା ପୁନଃମନୋନୟନ କରାଯିବ। ଏଥିରେ ଶ୍ରେଷ୍ଠ ବିବେଚିତ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ର କୃତୀ ପ୍ରତିଯୋଗୀଙ୍କୁ ଅକ୍ଟୋବର ୪ରେ ହେବାକୁ ଥିବା ‘ସମାଜ’ ୯୯ତମ ସ୍ୱନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories