www.samajalive.in
Sunday, December 7, 2025
16.1 C
Bhubaneswar

ସମବାୟ ସମିତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଗଣ୍ଡଗୋଳ: ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ, ନାମାଙ୍କନ ଚିରିଦେଲେ ଦୁର୍ବୃତ୍ତ

ଦେବଗଡ଼଼: ସମବାୟ ସମିତି ସଭାପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଗଣ୍ଡଗୋଳ। ଦାଖଲ ହୋଇଥିବା ନାମାଙ୍କନ ପତ୍ର ଚିରିଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ଛେପିଲିପାଲି ଗ୍ରାମ ପଂଚାୟତର ଗାଙ୍ଗନଣ ସେବା ସମବାୟ ସମିତିରେ।

ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖ ଦିନ ଗାଙ୍ଗନଣ ସେବା ସମବାୟ ସମିତିର ସଭାପତି ପଦ ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସେଠାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିଲା। ନିର୍ବାଚନ ଅଧିକାରୀ ଭାବେ ଛେପିଲିପାଲି ଗ୍ରାମ ପଂଚାୟତର ନିର୍ବାହୀ ଅଧିକାରୀ ପ୍ରଦୀପ ବେହେରା ନିୟୋଜିତ ହୋଇଥିବା ବେଳେ ପଂଚାନନ ସାହୁ ନାମକ ଜଣେ ଆଶାୟୀ ପ୍ରାର୍ଥୀ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ମାତ୍ର ଏହି ସମୟରେ ତାଙ୍କ ବିରୋଧୀ ଗୋଷ୍ଠିର ତପନ ସାହୁ ଓ ଧନେଶ୍ୱର ଶବର ସେଠାରେ ପହଞ୍ଚି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ଜାତି ଗୋତ୍ର ଉଚ୍ଚାରଣ କରି ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ସେହିପରି ଶ୍ରୀ ବେହେରାଙ୍କ ହାତରୁ ଦାଖଲ ହୋଇଥିବା ନାମାଙ୍କନ ପତ୍ରଟି ଛଡାଇନେଇ ଚିରି ଦେଇଥିଲେ। ଆହତ ନିର୍ବାଚନ ଅଧିକାରୀ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରତଦନ୍ତ ଚଳାଇଛି। ଏ ଘଟଣା ଆଜି ସମଗ୍ର ଦେବଗଡ଼ ଜିଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଛି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories