www.samajalive.in
Saturday, December 6, 2025
16.1 C
Bhubaneswar

ଗୁଜରାଟରେ ଅଘଟଣ: ଲୁଣ କାରଖାନା କାନ୍ଥ ଭୁଶୁଡ଼ି ୧୨ ମୃତ, ୧୮ ଗୁରୁତର

ମୋରବି: ଗୁଜରାଟର ମୋରବି ଜିଲାରେ ବୁଧବାର ଘଟିଛି ଏକ ବଡ଼ ଅଘଟଣ। ହଲବଡର ଜିଆଇଡିସି ସ୍ଥିତ ସାଗର ସଲ୍ଟ ନାମକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହିତ ୧୫ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, କାନ୍ଥ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ମୃତକ ଓ ଆହତମାନଙ୍କୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସହରର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

କାନ୍ଥ ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦିନ ପ୍ରାୟ ୧୨ ସମୟରେ ଘଟିଛି ଏହି ଅଘଟଣ। ଘଟଣା ପରେ ସ୍ଥାନୀୟ ବିଧାୟକ ପରସୋତ୍ତମ ସବରିୟା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କାନ୍ଥ ଭୁଶୁଡ଼ିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

- Advertisement -

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories