ସଭିଁଙ୍କ ଖାଦ୍ୟରୁଚି ଭିନ୍ନ ପ୍ରକାର। ଦୁନିଆରେ ଏଭଳି କେତେକ ଦେଶ ରହିଛି,ଯାହା ଖାଦ୍ୟର ଅଧିକ ରାଗୁଆ । ସେହି ଦେଶର ବ୍ୟକ୍ତି ବିଶେଷ ମସଲା ଓ ରାଗୁଆ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହି ଖାଦ୍ୟ ଖାଇବା ମାତ୍ରେ ଆଖିରେ ପାଣି ଆସିଯାଇଥାଏ।
ଜାଣନ୍ତୁ ଏଭଳି କେତେକ ଦେଶ ବିଷୟରେ ଯେଉଁଠାରେ ଅଧିକ ରାଗୁଆ ଖାଦ୍ୟ ଖାଇବାକୁ ପସନ୍ଦ ଥାଆନ୍ତି।
ଭାରତ ଓ ମସଲାଯୁକ୍ତ ଖାଦ୍ୟର ସମ୍ବନ୍ଧ ନିଆରା। ଏଠାରେ ଲଙ୍କା,ରସୁଣ, ଅଦା,ଗୁଜୁରାତି ଓ ଗୋଲମରିଚ ବିନା ଖାଦ୍ୟ ପ୍ରସ୍ତୁତି ସମ୍ଭବ ହୋଇନଥାଏ।
ଥାଇଲ୍ୟାଣ୍ଡ – ଥାଇଲ୍ୟାଣ୍ଡ ନିଜର ସ୍ୱାଦିଷ୍ଟ ଓ ମସଲାଯୁକ୍ତ ଖାଦ୍ୟ ପାଇଁ ବେଶ ଜଣାଶୁଣା। ଏଠାରେ ମସଲା ଯୁକ୍ତ ସୁପ୍,ଫ୍ରାଏଡ ଖାଦ୍ୟ ମିଳିଥାଏ। ବିଭିନ୍ନ ପ୍ରକାର ମସଲା ଚୟନ କରି ବ୍ୟବହାର କରାଯାଇଥାଏ।
ମେସ୍କିକୋ – ଏଠାକାର ଖାଦ୍ୟ ସାମାନ୍ୟ ଖାଇବା ମାତ୍ରେ ଆଖିରୁ ପାଣି ବାହାରି ଆସେ। ଏଠାକାର ଲୋକେ ହାବାନେରା,ସେରାନୋ ଭଳି ସମସ୍ତ ପ୍ରକାର ଲଙ୍କା ଖାଇଥାଆନ୍ତି। ଯାହା ଦୁନିଆର ସବୁଠାରୁ ରାଗୁଆ ଲଙ୍କା ବୋଲି କୁହାଯାଏ।
କୋରିୟା ଲୋକଙ୍କୁ ଭାତ ସହ ଯେକୌଣସି ମସଲାଯୁକ୍ତ ବ୍ୟଞ୍ଜନ ଖାଇବା ଖୁବ ପସନ୍ଦ। ଚିକେନ,ଫାୟର ଚିକେନ ଭଳି ରାଗୁଆ ଖାଦ୍ୟ ପସନ୍ଦ କରିଥାଆନ୍ତି। ଏହା ସେମାନଙ୍କର ମସଲାଯୁକ୍ତ ବ୍ୟଞ୍ଜନ ମଧ୍ୟରୁ ଗୋଟିଏ।
ଏହି ଦେଶର ଲୋକେ ପସନ୍ଦ କରନ୍ତି ରାଗୁଆ ଖାଦ୍ୟ
Popular Categories



