nua o banner

କୃଷ୍ଣସାର ମୃଗ ଶିକାର ମାମଲା; ଏପ୍ରିଲ ୫ରେ ଜଣାପଡ଼ିବ ସଲମାନଙ୍କୁ ଜେଲ ହେବ କି ନାହିଁ

BSKY banner  750×100
0

ଯୋଧପୁର: ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଉପରେ ଆସନ୍ତା ଏପ୍ରିଲ ୫ ତାରିଖରେ ରାୟ ପ୍ରକାଶ ପାଇବ। ବୁଧବାର ଏହି ମାମଲାରେ ସିଜିଏମ ଗ୍ରାମୀଣ ଦେବକୁମାର କ୍ଷେତ୍ରୀ ଅଦାଲତରେ ଶୁଣାଣି ପରେ ବିଚାରପତି ନିଜ ରାୟ ସଂରକ୍ଷିତ ରଖିଛନ୍ତି। ତେଣୁ ଆଜିଠାରୁ ୯ ଦିନ ପରେ ଜଣାପଡ଼ିବ ସଲମାନଙ୍କୁ ଜେଲ ଦଣ୍ଡ ହେବ କି ନାହିଁ। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ, ସୈଫଅଲ୍ଲୀ ଖାନ, ଅଭିନେତ୍ରୀ ନିଲମ୍‍, ସୋନାଲି ଓ ତବୁ ଅଭିଯୁକ୍ତ ଅଟନ୍ତି। ଏହି ମାମଲାରେ ଆଜି ଅନ୍ତିମ ଚର୍ଚ୍ଚା ହୋଇଥିଲା। ପରେ ବିଚାରପତି ନିଜ ରାୟ ସଂରକ୍ଷିତ ରଖିଥିଲେ, ଯାହାକି ଏପ୍ରିଲ ୫ରେ ଶୁଣାଣି ହେବ।
ଏଥିପୂର୍ବରୁ ଜାନୁଆରୀ ୪ରେ ସଲମାନ ଖାନ ସିଜିଏମ୍‍ ଗ୍ରାମୀଣ କୋର୍ଟରେ ହାଜର ହୋଇଥିଲେ। ୧୯ ବର୍ଷ ତଳର ଏହି ମାମଲାରେ ସଲମାନ କୋର୍ଟରେ ୩୫ ମିନିଟ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ। ସେହି ସମୟରେ ସମୟ ଅଭାବ ଯୋଗୁ ଯୁକ୍ତି ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ସୂଚନାଥାଉ କି, ୧୯୯୮ରେ ଯୋଧପୁରରେ ନିଜର ଫିଲ୍ମ ହମ୍‍ ସାଥ ସାଥ ହୈ ଶୁଟିଂ ସମୟରେ ସଲମାନ କୃଷ୍ଣସାର ମୃଗ ଶିକାର କରିଥିବାର ଅଭିଯୋଗ ଆସିଥିଲା। ପୁଲିସ ସେହି ସମୟରେ ସଲମାନଙ୍କୁ ଗିରଫ କରିବା ସହ ତାଙ୍କ କୋଠରୀରୁ ବନ୍ଧୁକ ଜବତ କରିଥିଲା।

Leave A Reply