ସଲମାନଙ୍କୁ ପୁଣି ହତ୍ୟା ଧମକ ; ସୁରକ୍ଷା କଡାକଡି

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଭାଇଜାନ ତଥା ସଲମାନ ଖାଁଙ୍କୁ ପୁଣି ହତ୍ୟା ଧମକ ମିିଳିଛି। ସଲମାନଙ୍କ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କ ଇମେଲ୍‌କୁ ଶନିବାର ଏହି ଧମକ ଆସିଛି। ଜେଲ୍‌ରେ ଥିବା କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗୋଶ୍ଠୀ ପକ୍ଷରୁ ଏହି ଧମକ ମିଳିଛି । ଧମକକୁ ନେଇ ମୁମ୍ବଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। କିଛିଦିନ ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଧମକ ଦେଇଥିଲା। ଧମକରେ ଲରେନ୍ସ ବିଷ୍ଣୋଇ ଅଭିନେତା ସଲମାନଙ୍କୁ କହିଥିଲେ ଯେ ତୁମେ ତୁମ ଭୁଲ୍‌ ପାଇଁ  କ୍ଷମା ମାଗ; ନଚେତ୍ ପରିଣାମ ଭୋଗିବ।

Comments are closed.