www.samajalive.in
Saturday, December 6, 2025
14.1 C
Bhubaneswar

ସଲମାନଙ୍କ ଫାର୍ମହାଉସରୁ ୨ ସନ୍ଦିଗ୍ଧ ଗିରଫ

ମୁମ୍ବଇ: ସଲମାନ ଖାନ ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକଙ୍କ ମଧ୍ୟରେ ସେ ଭାଇଜାନ୍‌ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ୍‌ ପାଇଁ ପ୍ରଶଂସକମାନେ ପାଗଳ। ସଲମାନ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଖୁଲମଖୁଲ୍ଲା ଭେଟନ୍ତି। କିନ୍ତୁ ଏବେ ତାଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଅନେକ ଥର ହତ୍ୟା​‌ ଧମକ ପାଇଥିବା ସଲମାନଙ୍କୁ ନେଇ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ତାଙ୍କ ପରିବାରଠାରୁ ଆରମ୍ଭ କରି ପ୍ରଶଂସକ ଓ ସୁରକ୍ଷା କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢିଯାଇଛି। ନିକଟରେ ଅଭିନେତାଙ୍କ ନଭି ମୁମ୍ବଇର ପନଭେଲ୍‌ସ୍ଥିତ ଫାର୍ମ ହାଉସରେ ୨ ଜଣ ସନ୍ଦିଗ୍ଧ ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଉଭୟଙ୍କୁ ସୁରକ୍ଷାକର୍ମୀ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଉଭୟ ପୁଲିସକୁ ନକଲି ପରିଚୟପତ୍ର ଦେଇଥିବା ବେଳେ ପ୍ରାଥମିକ ତଦନ୍ତରୁ ସେମାନେ ପଞ୍ଜାବର ଫାଜିଲ୍‌କା ଜିଲାର ଅଜେଶ୍‌ କୁମାର ଗିଲା(୨୩) ଏବଂ ଗୁର୍‌ସେୱକ ସିଂହ ଶିଖ୍‌ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories