mission shakti banner

ଆତ୍ମଜୀବନୀ ଚଳଚ୍ଚିତ୍ରରେ ନିଜ ଚରିତ୍ର ନିଭାଇବେ ସଲମାନ!

nua o banner
0

ମୁମ୍ବଇ : କୃଷ୍ଣସାର ମୃଗ ମାରିବା ଅପରାଧରେ ଜେଲ୍‌ ଯିବା ଓ ମାତ୍ର ଦୁଇ ଦିନରେ ମୁକୁଳିବା ପରେ ଅଭିନେତା ସଲମାନ ଖାଁଙ୍କ ଚିତ୍ର-ଚରିତ୍ରରେ ନୂଆ ରୂପ ଆସିଛି। ଏବେ ତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହେବାକୁ ଯାଉଛି; ଯେଉଁଥିରେ ସେ ନିଜେ ଅଭିନୟ କରିବେ। ଏହି ସୂଚନା ଦେଇଛନ୍ତି ସଲମାନଙ୍କ ଘନିଷ୍ଠ ଅଭିନେତା ବରୁଣ ଧାବନ। ନିଜ ଚରିତ୍ରରେ ଅଭିନୟ କରିବା ପାଇଁ ୫୨ବର୍ଷୀୟ ସଲମାନଙ୍କର ବୟସ ବେଶୀ ହୋଇଯାଇ ନାହିଁ; ସେ ଯୁବକ ଅଛନ୍ତି ବୋଲି କହିଛନ୍ତି ଧାବନ। ୧୯୯୭ର ଚଳଚ୍ଚିତ୍ର ‘ଜୁଡ଼୍‌ୱା’ର ପୁନର୍ନିର୍ମାଣରେ ବରୁଣ ସଲମାନଙ୍କ ଭୂମିକାରେ ଅଭିନୟ କରି ତାଙ୍କର ଘନିଷ୍ଠ ହୋଇଥିଲେ। ସଲମାନ ତାଙ୍କର ଆଦର୍ଶ ଅଭିନେତା ବୋଲି କହିଥିଲେ ମଧ୍ୟ ଏହି ଚଳଚ୍ଚିତ୍ର କେବେ ନିର୍ମାଣ ହେବ ସେ ସମ୍ପର୍କରେ ବରୁଣ କିଛି କହିନାହାନ୍ତି।

Leave A Reply