www.samajalive.in
Saturday, December 13, 2025
18.1 C
Bhubaneswar

‘ଇନ୍‌‌ସାଅଲ୍ଲାହ୍‌’ରେ ସଲମାନ୍‌-ଆଲିୟା ଯୋଡ଼ି

ବଲିଉଡରେ ସଞ୍ଜୟ ଲୀଳା ଭଁସାଲୀଙ୍କୁ ଐତିହାସିକ ଚଳଚ୍ଚିତ୍ର ନିର୍ଦେଶକ ଭାବେ ଜଣାଯାଏ। ତାଙ୍କ ନିର୍ଦେଶିତ ଅଧିକାଂଶ ଚଳଚ୍ଚିତ୍ର ବିବାଦରେ ଛନ୍ଦି ହେବା ସତ୍ତ୍ବେ ଦର୍ଶକ ମହଲରେ ପ୍ରଶଂସିତ ହୋଇଥାଏ। ୟୁନିଟ୍ ତରଫରୁ ମିଳିଥିବା ଖବର ଅନୁସାରେ, ସଞ୍ଜୟଙ୍କ ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ର ହେଉଛି ‘ଇନ୍‌‌ସାଅଲ୍ଲାହ୍‌’। ଏଥିରେ ମୁଖ୍ୟ ଭୂମିକାରେ ସୁଲତାନ୍ ସଲମାନ୍ ଖାନ୍ ଓ ଆଲିୟା ଭଟ୍ଟ ଦେଖାଦେବେ। ସଲମାନ୍ ଓ ସଞ୍ଜୟ କିଛି ବର୍ଷ ତଳେ ଘନିଷ୍ଠ ବନ୍ଧୁ ଥିଲେ। ବ୍ୟକ୍ତିଗତ ବିବାଦ କାରଣରୁ ଦୁହିଁଙ୍କ ବନ୍ଧୁତ୍ବରେ ପୂର୍ଣ୍ଣ​‌େ​‌ଚ୍ଛଦ ପଡ଼ିଥିଲା। ଏକ ଲମ୍ବା ବ୍ୟବଧାନ ପରେ ପୁଣି ଦୁହିଁଙ୍କ ସମସ୍ୟାର ସମାଧାନ ହୋଇଛି ବୋଲି ଅନୁମାନ କରାଯାଉଛି। ୭୦ ଦଶକର କାହାଣୀ ଏଇ ଚଳଚ୍ଚିତ୍ରରେ ଚିତ୍ରାୟିତ ହେବା ସହ ସଲମାନ୍ ଏଥିରେ ଜଣେ ଶିଳ୍ପପତି ଭୂମିକାରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ଅନ୍ୟପାଖେ ଆଲିୟା ସଂଘର୍ଷ କରୁଥିବା ଜଣେ ଅଭିନେତ୍ରୀ ଭୂମିକାରେ ଦେଖାଦେବେ। ବାରାଣସୀ, ହରିଦ୍ବାର ଓ ଆମେରିକାର ଚଳଚ୍ଚିତ୍ର ସୁଟିଂ ହେବ ବୋଲି ଶୁଣାଯାଉଛି। ଦଶହରା ପୂର୍ବରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଯୋଜନା ଚାଲିଛି। ନିର୍ଦେଶକ ସଞ୍ଜୟ ନିଶ୍ଚିତ ନ ଥିଲେ ଯେ ଆଲିୟା ଏଇ ଚଳଚ୍ଚିତ୍ରରେ କାମ କରିବା ପାଇଁ ହଁ ଭରିବେ ବୋଲି। କାରଣ ଆଲିୟା ଓ ରଣବୀର କପୁରଙ୍କ ସମ୍ପର୍କକୁ ନେଇ ସବୁଠାରେ ଚର୍ଚ୍ଚା ଚାଲିଥିବାବେଳେ ରଣବୀର ଓ ସଲମାନ୍‌‌ଙ୍କ ତିକ୍ତତା ବା କିଏ ନ ଜାଣେ? ଏସବୁକୁ ବାଦ୍ ଦେଇ କିନ୍ତୁ ଆଲିୟା ବଲିଉଡର ଦବଙ୍ଗ ଖାନ୍‌‌ଙ୍କ ସହ ଅଭିନୟ କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories