www.samajalive.in
Saturday, December 6, 2025
16.1 C
Bhubaneswar

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି ଶାଖାରୁ ଲୁଟ ଉଦ୍ୟମ ବିଫଳ

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡ଼ି ବଜାରରେ ଅବସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି ଶାଖାରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତ ମାନେ ବ୍ୟାଙ୍କରେ ସି ସି କ୍ୟାମେରା ଓ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ଖବର ପାଇଁ ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ କୌଣସି ଲୁଟ ହୋଇ ନାହିଁ କିମ୍ବା ଦୁର୍ବୃତ୍ତ ମାନେ କୌଣସି ସାମଗ୍ରୀ କିମ୍ବା ଟଙ୍କା ପଇସା ଲୁଟ୍‌‌ କରି ପାରି ନାହାନ୍ତି ବୋଲି ଆଇଆଇସି ଶ୍ରୀଯୁକ୍ତ ବେହେରାଙ୍କ ପକ୍ଷରୁ ସୂଚନା ମିଳିଛି।
ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି ଶାଖାରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଥିଲା। ଚୋର ମାନେ ବ୍ୟାଙ୍କର ମୁଖ୍ୟ ଦୁଆରେ ଥିବା ଗ୍ରିଲ ଓ ପ୍ରବେଶ ଦ୍ୱାର କବାଟ ତାଲା, ବ୍ୟାଙ୍କ ଭିତରେ ଥିବା ଲକର ଦୁଆର ତାଲା ଭାଙ୍ଗି ପ୍ରବେଶ କରିଥିଲେ। ଏହା ସହିତ ସିସିଟିଭି ତାରକୁ କାଟି ବ୍ୟାଙ୍କରେ ଚୋରି କରିବା ପାଇଁ ପ୍ରୟାସ କରିଥିଲେ।  ସକାଳେ ସ୍ଥାନୀୟ ଜନସାଧାରଣ ବ୍ୟାଙ୍କର ସାଇରନ ବାଜୁଥିବା ଓ ବ୍ୟାଙ୍କ ସମ୍ପୂର୍ଣ ଖୋଲା ଥିବା ଦେଖିଥିଲେ।  ତୁରନ୍ତ ସତ୍ୟବାଦୀ ପୁଲିସକୁ ଖବର ଦେବା ପରେ ସତ୍ୟବାଦୀ ଥାନା ଆଇଆଇସି ଆସି ବିଜୟ କେତନ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ।  ପରେ ପରେ ବ୍ୟାଙ୍କ ମ୍ୟାନେଜର ସ୍ପଷ୍ଟ କରିଥିଲେ କି, ଚୋର ମାନେ ବ୍ୟାଙ୍କ ଲକର ଖୋଲିବା ନିମନ୍ତେ ଉଦ୍ୟମ କରିଥିଲେ। ଚୋରି କରିବା ପାଇଁ ଲକର ଖୋଲିବା ଉଦ୍ୟମ ବିଫଳ ହେତୁ ଚୋର ମାନେ ପଳାଇଛନ୍ତି।  ଏପଟେ ପୁଲିସ କହିବାନୁଯାୟୀ, ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରିବ। ସିସିଟିଭିରୁ ଜଣା ପଡୁଛି ୨ ଜଣ ବ୍ୟକ୍ତି ମୁହଁରେ ମୁଖା ପିନ୍ଧି ବ୍ୟାଙ୍କରେ ପଶିଥିଲେ। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୮ ଟି ପଞ୍ଚାୟତର ହଜାର ହଜାର ଚାଷୀ ଏହି ବ୍ୟାଙ୍କ ଉପରେ ନିର୍ଭରଶୀଳ।  ପ୍ରକାଶ ଥାଉ କି, ଗତ ୨୦୧୪ ମସିହାରେ ଏହି ବ୍ୟାଙ୍କରୁ ଥରେ ଚୋରି ଉଦ୍ୟମ ହୋଇଥିଲା।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories