କେଜ୍ରିୱାଲଙ୍କୁ ଚତୁର୍ଥଥର ଲାଗି ସମନ ପଠାଇଲା ଇଡି

ନୂଆଦିଲ୍ଲୀ : ଶନିବାର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଛି । ଜାନୁଆରୀ ୧୮ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ଉଲ୍ଲେଖ ରହିଛି। ମଦ ଦୁର୍ନୀତି ମାମଲାରେ ଏହାକୁ ମିଶାଇ ୪ଥର ସମନ କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ । ପୂର୍ବ ୩ଥର ଯାକ ସମନ ପାଇ ବି ସେ ହାଜର ହୋଇନଥିଲେ ।

ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଦଳ କହିଥିଲା ଇଡି ପକ୍ଷରୁ କରାଯାଉଥିବା ସମନ ବେଆଇନ । ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ମୋଦି ସରକାର ହାତ ବାରିସି କରୁଛନ୍ତି। ବିରୋଧୀ ମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଉଛି। ସେପଟେ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ଅନ୍ୟ କିଛି ନେତା ଜେଲ ଯାଇଛନ୍ତି।

Comments are closed.