www.samajalive.in
Saturday, December 6, 2025
14.1 C
Bhubaneswar

ସତ୍ୟବାଦୀରେ ଅଜଣା ଓ ଅଦ୍ଭୁତ ଜନ୍ତୁ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ମଧୁବନ ପଞ୍ଚାୟତର ଭଣ୍ଡାରୀ ଦଣ୍ଡା ଗ୍ରାମରେ ଗୁରୁବାର ସକାଳେ ଗ୍ରାମବାସୀ ମାନେ ଏକ ଜଙ୍ଗଲିଆ ସ୍ଥାନରେ ଏକ ଅଜଣା ଓ ଅଦ୍ଭୁତ ଜନ୍ତୁ ଦେଖିଥିଲେ। ଏହି ଜନ୍ତୁଟି ଲୋକ ମାନଙ୍କୁ ଦେଖି ସେମାନଙ୍କୁ ଗୋଡେଇ ଆସିଥିଲା। ପରେ ଲୋକମାନେ ଏକ ଅଖା ଦ୍ୱାରା ଜନ୍ତୁଟିକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପରିସରରେ ରଖିଥିଲେ।
ଏହି ଜନ୍ତୁର ନାମ ହନି ବେଜର ଅଟେ। ଏହି ଜନ୍ତୁ ମାନେ ଦକ୍ଷିଣ ଆଫ୍ରିକା ମହାଦେଶର ଜଙ୍ଗଲରେ ବାସ କରନ୍ତି। ଦକ୍ଷିଣ ଆଫ୍ରିକାର ଜନ୍ତୁ ସତ୍ୟବାଦୀ ଅଞ୍ଚଳରେ ମିଳିବା ଘଟଣା ଏକ ଆଲୋଚନାର ବିଷୟ ବସ୍ତୁ ହୋଇଛି।

ଅପରାହ୍ନରେ ରେଞ୍ଜର ବେଣୁଧର ବେହେରା ଓ ଫରେଷ୍ଟର ସ୍ଵପ୍ନେଶ୍ଵର ଜାଲଙ୍କ ସହିତ  ବନ ବିଭାଗ କର୍ମଚାରୀ ମାନେ ଯନ୍ତାରେ ଭର୍ତ୍ତି କରି ଜନ୍ତୁ ଟିକୁ ନେଇଥିଲେ। ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସାଳୟ ପରିସରରେ ଜନ୍ତୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଜନ୍ତୁଟି ସୁସ୍ଥ ଥିବାର ଜଣା ପଡିଛି। ଜନ୍ତୁଟିକୁ ବାଲୁ ଖଣ୍ଡ ଅଭୟାରଣ୍ୟ, ପୁରୀରେ ଛଡା ଯିବା ବୋଲି ଅଧିକାରୀ ଦ୍ବୟ ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories