www.samajalive.in
Saturday, December 6, 2025
23.1 C
Bhubaneswar

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଆନ୍ଦୋଳନ; ୫ ଦଫା ଦାବିପତ୍ର ପ୍ରଦାନ

କେଶଦୁରାପାଳ: ରାଜ୍ୟ ସରକାର ନଭେମ୍ବର ୧ ତାରିଖଠାରୁ ଓଡ଼ିଶାର ସମସ୍ତ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। ନଭେମ୍ବର ମାସ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିଲା ନାହିଁ। ଯଦ୍ଵାରା ଚାଷୀ ବାଧ୍ୟହୋଇ ଧାନକୁ ଦଲାଲମାନଙ୍କୁ ୧୩ ଶହ ୧୪ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ନଭେମ୍ବର ୨୯ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ୫୮ଟି ସବ୍‌ଡିଭିଜନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡ଼ିଶାର ରାଜ୍ୟପାଳଙ୍କ ଉଦେଶ୍ୟରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।

ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡି ଖୋଲନ୍ତୁ, ଧାନମଣ୍ଡିକୁ ସବୁ ଦିନିଆ ଖୋଲାଯାଉ, ଧାନମଣ୍ଡୀ ରେ କୁଇଣ୍ଟାଲ ପ୍ରତି ୫ କିଲୋ ୧୦ କିଲୋ କଟନି ଛଟନି ବନ୍ଦ କରାଯାଉ, ଧାନମଣ୍ଡିରେ ମିଲରମାନଙ୍କର ଦାଦାଗିରି ବନ୍ଦ କରାଯିବା ସହିତ ମିଲରମାନଙ୍କର ପ୍ରବେଶକୁ ବନ୍ଦ କରାଯାଉ ଓ ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଛେଦ କରାଯାଉ ଏହି ସବୁ ଦାବିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆନ୍ଦୋଳନ କରାଯାଇଛି। ରାଜ୍ୟ ସରକାର ଯଥାଶୀଘ୍ର ଉକ୍ତ ଦାବିଗୁଡିକୁ ପୂରଣ କରନ୍ତୁ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଯଦି ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ପୂରଣ ନକରନ୍ତି ତାହାହଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଓଡ଼ିଶାର ସମସ୍ତ ଗ୍ରାମମାନଙ୍କରେ କୃଷକ ପଞ୍ଚାୟତ କରାଯାଇ ନବୀନ ପଟ୍ଟନାୟକ ସରକାରର ଚାଷୀ ମାରଣ ନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବ। ତତସହିତ ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଚାଷୀମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀ ମାନଙ୍କୁ ଅବଗତ କରାଇବ। ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣକାରୀ ଯୋଜନାକୁ ଓଡ଼ିଶା ସରକାର ହରିଲୁଟ୍‌ କରି ଚାଷୀକର ହକରୁ ବଞ୍ଚିତ କରୁଛନ୍ତି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂପାଦକ ହେମନ୍ତ କୁମାର ମଲ୍ଲିକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories