www.samajalive.in
Saturday, December 6, 2025
15.1 C
Bhubaneswar

ସାକ୍ଷୀଗୋପାଳ କଲେଜରେ “ନିଶା ମୁକ୍ତ ଭାରତ ଅଭିଯାନର ଦିନିକିଆ କର୍ମଶାଳା “

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସମ୍ମିଳନୀକକ୍ଷରେ  ନିଶାମୁକ୍ତ ଭାରତ ଅଭିଯାନର ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “AVA”, ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ତଥା ଯୁବ ରେଡକ୍ରସର ସ୍ବେଛାସେବୀ ମାନଙ୍କର ସହଯୋଗରେ ଏହି ତାଲିମ ଶିବିରଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ରତିକାନ୍ତ ପରିଡ଼ା ଯୁବ ପିଢ଼ିଙ୍କୁ ନିଶା କବଳରୁ ମୁକ୍ତ ହେବାପାଇଁ ପରାମର୍ଶ ଦେବା ସହିତ ନିଶା ମୁକ୍ତ ସମାଜ ଗଠନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।  “ଆଭା ” ର ସଭାପତି  ସୁଧୀର ଚନ୍ଦ୍ର ଦାସ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଏକ ପିପିଟି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଜାତୀୟ ସେବା ସଂସ୍ଥାର ଅଧିକାରୀ ପ୍ର. ରତ୍ନାକର ସାହୁ କାର୍ଯ୍ୟକ୍ରମରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ କର୍ମଶାଳାଟିକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଂସ୍କୃତ ବିଭାଗର ଅଧ୍ୟାପିକା ପ୍ର. ସସ୍ମିତା ପ୍ରଧାନ ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ । ଜାତୀୟ ସେବା ସଂସ୍ଥା ଓ ଯୁବ ରେଡକ୍ରସର ଅଧିକାରୀ ପ୍ର. ଶଙ୍କର୍ଷଣ ପ୍ରଧାନ, ପ୍ର. ମନୋଜ ପରିଡ଼ା, ପ୍ର. ନଳିନୀ ଲୋଚନ ଦାଶ, ଆଭାର କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ରଥ, ଏବଂ  ବିଜୟ କିଶୋର ନାୟକ ଆଦି କର୍ମକର୍ତ୍ତା ମାନେ ତାଲିମି ଶିବିରଟିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପରିଶେଷରେ ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ ତାଲିମ ଶିବିରର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories