ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୁଲିସ ପକ୍ଷରୁ ଚଢଉ କରାଯାଇ ଖିଣ୍ଡା ଅଞ୍ଚଳରୁ ୨୪୦ ବୋତଲ କଫ ସିରଫ,୪ଲିଟର ଅପମିଶ୍ରିତ ଦ୍ରବଣ, ଗୋଟିଏ ଷ୍ଟ୍ରିପ୍ ନିଶା ବଟିକା ଏବଂ ୪ ହଜାର୧୧୦ ଟଙ୍କା ଜବତ କରିଥିବା ଆଇଆଇସି ବିଭୁତି ଭୂଷଣ ଦଲାଇଙ୍କ ଠାରୁ ସୂଚନା ମିଳିଛି। କଫ ସିରଫ କାରବାର କରୁଥିବା ଦୁଇ ଅଭିଯୁକ୍ତ ହେଲେ ସମ୍ବଲପୁର ସାହୁ କଳୋନୀର ରାମ ଦାସ (୨୮) ଏବଂ ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ଜିଲ୍ଲା ଖିଦିଲପୁରର ମହମ୍ମଦ ଆଲାଉଉଦ୍ଦିନ (୨୮)।
ଅଭିଯୁକ୍ତଙ୍କ ଠାରୁ ବାଇକ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ମାମଲା ରୁଜ୍ଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
କଫ ସିରଫ ଜବତ ; ୨ ଅଭିଯୁକ୍ତ କୋର୍ଟ ଚାଲାଣ
Popular Categories



