www.samajalive.in
Saturday, December 6, 2025
14.1 C
Bhubaneswar

ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

ସାକ୍ଷୀଗୋପାଳ : ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଇନ୍ଦି ପୁର ଗ୍ରାମର ୨ ସାଙ୍ଗ ଲିପୁନ ସେନାପତି ଓ ପୁପୁନା ପାଢ଼ୀ ସାକ୍ଷୀଗୋପାଳରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ, ଘରକୁ ଫେରୁଥିବା ସମୟରେ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଇକଟି ପିଟି ହୋଇଯାଇଥିଲା ବୋଲି ଅନୁମାନ କରାଯାଉଅଛି । ବାଇକ ସହିତ ୨ ସାଙ୍ଗ ରାସ୍ତା ପାର୍ଶ୍ଵ ନାଳକୁ ଖସି ପଡ଼ିଥିଲେ । ରାତିସାରା ଘଟଣା ସ୍ଥଳରେ ଅଚେତ ହୋଇ ପଡି ରହିଥିଲେ।
ସକାଳୁ ସକାଳୁ ରାସ୍ତା ଦେଇ ଯାଉଥିବା ବାଟୋଇଙ୍କ ନଜର ପଡିବା ପରେ ଘଟଣା ବିଷୟରେ ଜଣାପଡିଥିଲା। ଖବର ପାଇ ସତ୍ୟବାଦୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟବାଦୀ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ବାଇକଟିକୁ ଜବତ କରି ସତ୍ୟବାଦୀ ପୁଲିସ ଏକ ମୋକଦ୍ଦମା ରୁଜୁ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ମୃତ ୨ ସାଙ୍ଗଙ୍କ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories