ଜନ୍ମ କଲା ପିତା ହେଲା  ସଇତାନ୍‌, ୩୫ ବର୍ଷୀୟ ଝିଅକୁ ବଳାତ୍କାର କରିଥିବା ଅଭିଯୋଗ

0

ସୀତାପୁର(ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶର ସୀତାପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀଠାରୁ ଛାଡପତ୍ର ନେଇ ରହୁଥିବା ଜଣେ ୩୫ ବର୍ଷୀୟ ମହିଳାଙ୍କୁ ତାର ନିଜ ଜନ୍ମ କଲା ବାପା ଦୁଇଜଣ ସାଙ୍ଗଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ୧୮ ଘଣ୍ଟା କାଳ ଏକ ଘରେ ବନ୍ଦ କରି ରଖି ଏହି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏନ୍‌ଡି ଟିଭି.କମ୍‌ରେ ବାହାରିଥିବା ଖବର ଅନୁଯାୟୀ  ଉତ୍ତର ପ୍ରଦେଶର ସୀତାପୁର ଏହି ମହିଳା ସ୍ୱାମୀଙ୍କ ଛାଡ ପତ୍ର ଦେବାପରେ ନିଜ ବାପ ଘରେ ରହୁଥିଲେ । ଛୋଟ ମୋଟ ଅପରାଧରେ ଲିପ୍ତ ରହୁଥିବା ବାପ ଏହି କୁକର୍ମରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଗତ ୧୫ ତାରିଖରେ ଏହି ଘଟଣା ଘଟିଥିବା ସୀତାପୁର ଅତିରିକ୍ତ ଏସ୍‌ପି ମାର୍ତଣ୍ଡ ସୂଚନା ଦେଇଛନ୍ତି । ।

prayash

୧୬ ତାରିଖରେ ମହିଳା ଜଣଙ୍କ ଏ ବିଷୟରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି ।

Leave A Reply