www.samajalive.in
Sunday, December 14, 2025
19.1 C
Bhubaneswar

ଦଇବର ପ୍ରହାର ; ଉଜୁଡି ଯାଇଛି ଶୈଶବ

ଗୁରୁଡିଝାଟିଆ :  କ୍ଷଣଭଙ୍ଗୁର ସଂସାରରେ ଇଶ୍ୱରଙ୍କ ବିଚିତ୍ର ଲୀଳା । କିଏ ଖିରି ପୁରି ଓ ପ୍ରାଚୁର୍ଯ୍ୟ ଭିତରେ ଜୀବନ ଜିଉଁଛି ତ କାହା ପାଇଁ ଦିଓଳି ଦୁଇମୁଠା ପଖାଳ ସହ ଲୁଣଲଙ୍କା ସପନ। ବାପା ମାଆ କୋଳରେ ଶୈଶବ ବେଶ ସୁଦୃଢ ଓ ପରିପକ୍ୱ ହୋଇଥାଏ। ହେଲେ ଦଇବର ପ୍ରହାର ପାଇଁ ୩ ଭାଇ ଭଉଣୀଙ୍କ ଶୈଶବ ଏବେ ଉଜୁଡି ଯାଇଛି । ବାପା ବାବୁଲା କାଲୁଡିଆ ଅପରାଧ ଅଭିଯୋଗ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ମାଆ ରାନୀ ୮ଦିନ ହେଲା ରୋଗରେ ପଡି ଆରପାରିକୁ ଚାଲିଯାଇଛି। ଏବେ ବଡଝିଅ ଲିସା (୬) ଉପରେ ସାନଭାଇ ଜୟଜିତ୍(୪) ଓ ୬ମାସର ସାନଭଉଣୀ ଆଲିସାକୁ ଦେଖାଶୁଣା କରିବାର ଭାର। ଦିଓଳି ଦୁଇମୁଠା ଠିକ୍ ଭାବରେ ଖାଇବା ସେମାନଙ୍କ ଭାଗ୍ୟରେ ମିଳୁନାହିଁ । ଫଳରେ ୬ମାସର ଶିଶୁ ଆଲିସା ଅପପୃଷ୍ଟିରେ ଆକ୍ରାନ୍ତ ହୋଇପଡିଲାଣି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆଠଗଡ ବ୍ଲକ ଗୋବରା ପଞ୍ଚାୟତର ଜନଜାତି ଅଧ୍ୟୁଷିତ ଖାକ୍ସା ଗ୍ରାମରେ।
ପାଠ ପଢିବା ବୟସରେ ଏବେ ଦୁଇ ଭାଇଭଉଣୀଙ୍କୁ ବଢାଇବାର ଦାୟିତ୍ୱ। ଲିସାର ବୟସ ସେତେ ଅଧିକ ନୁହେଁ । ୬ବର୍ଷ ପାଠ ପଢୁଥିଲା ରାହାଙ୍ଗୁଳସ୍ଥିତ ଜନଜାତି ବିଦ୍ୟାଳୟରେ। ହେଲେ ଦଇବର ପ୍ରହାର ପାଇଁ ସେ ଆଉ ବିଦ୍ୟାଳୟକୁ ଫେରିପାରିବ ନାହିଁ। ମାଆ ରୋଗରେ ପଡି ୮ଦିନ ହେଲା ଆରପାରିକୁ ପଳାଇଥିବା ବେଳେ ବାପା ଅପରାଧ ଅଭିଯୋଗରେ ଏବେ ବିଚାରଧିନ କଏଦୀ । ତେଣୁ ବାଧ୍ୟ ହୋଇ ଲିସା ବିଦ୍ୟାଳୟରୁ ଘରକୁ ପଳାଇ ଆସିଛି । ଖାସକରି ଦୁଇଭାଇଭଉଣୀଙ୍କୁ ଦେଖାଶୁଣା କରିବ ବୋଲି। ଏବେ ୩ ଭାଇଭଉଣୀ ବଡବାପା ଲାଦୁରା କାଲୁଡିଆ ଉପରେ ନିର୍ଭରଶୀଳ। ହେଲେ ସେ ତ ଦିନ ମଜୁରିଆ। ୩ ପିଲା ଓ ସ୍ତ୍ରୀଙ୍କୁ ଚଳାଇବା କଷ୍ଟକର । ଏବେ ପୁଣି ଏକପ୍ରକାର ଅନାଥ ହୋଇଯାଇଥିବା ୩ ଶିଶୁଙ୍କ ଭାର ତା ଉପରେ। ତେଣୁ ଭଲ ଭାବେ ମଧ୍ୟ ଦୁଇଓଳି ଦୁଇମୁଠା ଖାଇବାକୁ ଦେଇ ପାରୁନାହିଁ । ବଡ ଝିଅ ଲିସା ସକାଳୁ ସଞ୍ଜ ପର୍ଯ୍ୟନ୍ତ ୬ମାସର ସାନଭଉଣୀ ଆଲିସାକୁ ଧରି ଏ ସାହିରୁ ସେ ସାହି ଘୁରି ବୁଲୁଛି । ଛୋଟ ପିଲା ତ’ ମାଆର କୋଳ ତା ପାଇଁ ଆବଶ୍ୟକ। ହେଲେ ମାଆ ତ’ ଆରପାରିରେ। ବଡଉଉଣୀ ସେଥିପାଇଁ ସାନଭଉଣୀକୁ ଧରି ଏକପ୍ରକାର ବୁଝାଇଦେଇ କାନ୍ଦରୁ ରକ୍ଷା କରୁଛି । ସାହିପଡିଶାଙ୍କ ଏବେ ଗୋଟିଏ କଥା ୩ ପିଲା ରହିବେ କିପରି ? ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ । ସରକାର ଜନଜାତିମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରୁଛନ୍ତି । ସତରେ କଣ ଏକ ପ୍ରକାର ଅନାଥ ହୋଇପଡିଥିବା ୩ ଭାଇଭଉଣୀଙ୍କ ଭବିଷ୍ୟତ ପଥର ତଳେ ଚାପି ହୋଇ ରହିବ ? ଅନାହାର ଅପପୃଷ୍ଟି ଓ ଅଶିକ୍ଷାରେ ଅନ୍ଧାର ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରିବେ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ପାଇଁ ଦାବି ହୋଇଛି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories