www.samajalive.in
Monday, December 15, 2025
16.1 C
Bhubaneswar

ଖଜିରାପାଟରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକର ଖଜିରାପାଟ ପଞ୍ଚାୟତରେ ପଞ୍ଚାୟତ କର୍ମକର୍ତ୍ତା ବୈଠକ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଏବଂ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ବଳିଷ୍ଟ ନେତୃତ୍ଵ ଏବଂ ବିକାଶ ମୂଳକ କାର୍ଯ୍ୟଧାରାରେ ନିଜକୁ ସାମିଲ କରିବା ପାଇଁ ଖଜିରାପାଟ ପଞ୍ଚାୟତର ପ୍ରମୁଖ ଦଳର ଆଗ ଧାଡ଼ିର କର୍ମୀ ଦୁଃଶାସନ ମହାନ୍ତ, ଦିଲ୍ଲୀପ ମହାନ୍ତ, ନିରାକାର ମହାନ୍ତ, ଦ୍ରୌପଦୀ ମହାନ୍ତ, ଜଗନ୍ନାଥ ମହାନ୍ତ, ପ୍ରଦୀପ ମହାନ୍ତ, ଯଶୋବନ୍ତ ମହାନ୍ତ, ମୁକେଶ ମହାନ୍ତ, ଭୀମସେନ ମହାନ୍ତ, ନେହେରୁ ମହାନ୍ତ ଆଦି ବହୁ କର୍ମୀ, ବିଧାୟକ ଏବଂ ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା କେନ୍ଦୁଝର ଜିଲ୍ଲା ସମବାୟ ସଭାପତି କାନନ ବିହାରୀ ପହି, ବ୍ଲକ ଅଧ୍ୟକ୍ଷା ରିନା ନାୟକ, ଉପାଧ୍ୟକ୍ଷା ଛବିରାଣୀ ସେଠୀ, ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ସାହୁ, ଯୁବ ବିଜେଡି ସଭାପତି ସତ୍ୟ ନାରାୟଣ ପଣ୍ଡା, ଛାତ୍ର ସଭାପତି ଭବାନୀ ମହାନ୍ତ, ଜିଲ୍ଲା କୃଷକ ସେଲ ସଭାପତି ଦୀପକ୍ ରାଜ, ଜିଲ୍ଲା ପରିଷଦ ସଭ୍ୟ  ବୁଦ୍ଧଦେବ ମହାକୁଡ, ଜିଲ୍ଲା ବିଜେଡି ସମ୍ପାଦକ କୃଷ୍ଣ ମହାପାତ୍ର, ସମିତି ସଭ୍ୟା ଅଞ୍ଜୁଲତା ନାଏକ, ପୂର୍ବତନ ଉପାଧ୍ୟକ୍ଷା କିରଣବାଳା ସିଂହ, ପଞ୍ଚାୟତ ସଭାପତି ତ୍ରିଲୋଚନ ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ନୂତନ କର୍ମୀଙ୍କୁ ବିଜୁ ଜନତା ଦଳରେ ସ୍ବାଗତ କରାଯାଇଛି । ଅନ୍ୟ ପକ୍ଷରେ ଉଦୟପୁର ଠାରେ ବିଧାୟକ ଶ୍ରୀ ନାଏକଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories