www.samajalive.in
Sunday, December 7, 2025
13.1 C
Bhubaneswar

ସ୍ମୃତି ସ୍ତମ୍ଭ ପାଇଁ ସହିଦଙ୍କ ଜନ୍ମମାଟି ସଂସ୍ଥାପିତ

ଭୁବନେଶ୍ୱର : ଦେଶ ସ୍ୱାଧୀନତା ସଂଗ୍ରାମରେ ମାଟି ମା’ ପାଇଁ ଆତ୍ମବଳି ଦେଇଥିବା ସହିଦ୍‍ମାନଙ୍କ ସ୍ମୃତିରେ ରାଜଧାନୀର ସହିଦ୍‍ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ନିର୍ମାଣ କରାଯିବ। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ରାଜ୍ୟର ବିଭିନ୍ନ ସହିଦ୍‍ ପୀଠର ପବିତ୍ର ମାଟିକୁ ସ୍ଥାପନ କରି ସ୍ମୁତି ସ୍ତମ୍ଭର ଭିତ୍ତି ପକାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅମର ସହିଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୁତିସ୍ତମ୍ଭ ଯୁବ ସମାଜକୁ ଦେଶର ଏକତା, ଅଖଣ୍ଡତା ଓ ବିକାଶ ପାଇଁ କାର୍ୟ୍ୟ କରିବାକୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଥିଲେ। ରାଜ୍ୟର ୩୮ଟି ସ୍ଥାନରୁ ଆସିଥିବା ମାଟି ଏହି ସ୍ମୁତି ସ୍ତମ୍ଭରେ ରଖାଯାଇଛି। ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଯୋଗ ଦେଇଥିଲେ।
ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ବୀର ସହିଦ ସଂଗ୍ରାମୀମାନଙ୍କ ବଳିଦାନ ଅବିସ୍ମରଣୀୟ। ସେମାନଙ୍କ ପ୍ରତିଟି ରକ୍ତବିନ୍ଦୁର ମୂଲ୍ୟରେ ଆମେ ସ୍ୱାଧୀନତା ପାଇଛୁ। ଆଗାମୀ ପିଢି ଲାଗି ସେମାନଙ୍କ ତ୍ୟାଗ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଅଗଷ୍ଟ ୯ କ୍ରାନ୍ତି ଦବସରେ ସହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ‘ସହିଦ ସ୍ମାରକୀ’ପୁସ୍ତକକୁ ଉନ୍ମୋଚନ କରିଥିଲେ। ପରେ ସହିଦ ପୀଠର କଳସଗୁଡିକୁ ସ୍ମୃତିସ୍ତମ୍ଭରେ ସ୍ଥାପନ କରିଥିଲେ। ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ ୧୮୦୭ ମସିହାରୁ ଆରମ୍ଭ କରି ୧୯୪୨ ପର୍ୟ୍ୟନ୍ତ ଓଡିଶାର ଅମର ସହିଦମାନଙ୍କ ପବିତ୍ର ପୀଠରୁ କିଭଳି ବିଗତ ଦୁଇମାସ ମଧ୍ୟରେ ମାଟି ସଂଗ୍ରହ କରାଯାଇଛି ଓ ରାଜ୍ୟବ୍ୟାପୀ ସ୍ୱାଗତ ସମ୍ବର୍ଦ୍ଧନା ସହ ସଂଗ୍ରାମୀ ସଦନକୁ ଅଣାଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ। ୪୨ ଫୁଟ ଉଚ୍ଚତାର ସ୍ମୃତିସ୍ତମ୍ଭରେ ସ୍ୱାଧୀନତା ଆନ୍ଦୋଳନ ଓଡିଶାର ଅମର ସହିଦମାନଙ୍କ ନାମ ଉଲ୍ଲେଖ ରହିବା ସହିତ ସେମାନଙ୍କ ସ୍ମୃତିରେ ପବିତ୍ର ମୃତ୍ତିକା ଚିରଦିନ ଲାଗି ସଂରକ୍ଷିତ ହୋଇ ରହିବ ବୋଲି ଶ୍ରୀ ମହତାବ କହିଥିଲେ। ସମାରୋହରେ କେନ୍ଦ୍ରାପଡା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ ସଂଗ୍ରାମୀଙ୍କ ଦାୟାଦ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ , ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ରମେଶ ମାଝି, ବିଧାୟକ ପ୍ରଭାତ ତ୍ରିପାଠୀ, ପୁଷ୍ପେନ୍ଦ୍ର ସିଂଦେଓ, ରବିନାରାୟଣ ମହାପାତ୍ର, ମୁକ୍ତିକାନ୍ତ ମଣ୍ଡଳ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇଥିଲେ। ସେହିପରି ବିଧାୟକ ଭୁଜବଳ ମାଝି, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ନାଏକ, ରମେଶ ପଟୁଆ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣି, ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଉଦବୋଧନ ଦେଇ ସହିଦମାନଙ୍କ ତ୍ୟାଗ ଓ ବଳିଦାନ ସଂପର୍କରେ ଉଲ୍ଲେଖ କରିଥିଲେ।
ସହିଦ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଉପେନ୍ଦ୍ର ପାଢୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories