www.samajalive.in
Monday, December 15, 2025
26.1 C
Bhubaneswar

ସତ୍ୟସାଇ ସେଵା ସଙ୍ଗଠନ ବୌଦ୍ଧ ପକ୍ଷରୁ ଅଗ୍ନି ବିପନ୍ନ ପରିବାରକଙ୍କୁ ସହାୟତା

ବୌଦ୍ଧ, : ବୌଦ୍ଧ ବ୍ଲକ ଆମ୍ବଝରି ପଞ୍ଚାୟତର ଗୋଛାପଡା ଗ୍ରାମର ରବି ବାଘଙ୍କ ଘରେ ଶନିବାର ଅଗ୍ନିକାଣ୍ଡ ଘଟି ୬ବଖରା ଘର ଜଳିଯିବା ଯୋଗୁଁ ଏହି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିଲେ।ଅଗ୍ନି ବିପନ୍ନ ପରିବାରକୁ ସୋମବାର ସତ୍ୟସାଇ ସେବା ସଙ୍ଗଠନ ବୌଦ୍ଧ ପକ୍ଷରୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି।ସଙ୍ଗଠନର ଜିଲ୍ଲା ସଭାପତି ଡା. ପ୍ରିୟଵ୍ରତ ବେହେରାଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ରବି ବାଘଙ୍କ ଘରେ ପହଞ୍ଚି ‘ଅମୃତ କଳସ’ ଆକାରରେ ୨୫ କିଲୋ ଚାଉଳ, ଡାଲି, ଚୁଡ଼ା,ଚିନି,ତେଲ ମସଲା ଏବଂ ମାସକ ପାଈଁ ସମସ୍ତ ତେଜରାତି ସାମଗ୍ରୀ,ବାସନ କୁସନ ରନ୍ଧନ ସାମଗ୍ରୀ,ପିନ୍ଧିବା ପାଈଁ ନୁଆଲୁଗା ଓ ପିଲାମାନଙ୍କ ଡ୍ରେସ ସହ ପାଠପଢ଼ା ସାମଗ୍ରୀ ଆଦି ଯୋଗାଇ ଦେଇଛନ୍ତି।ଏଥିରେ ଶତ୍ରୁଘ୍ନ ପଢ଼ିଆରୀ,ଧିରଜ ଲୌରିଆ, ନାରାୟଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।ବିପଦ ସମୟରେ ଅଗ୍ନୀ ବିପନ୍ନ ପରିବାରକୁ ସାହାଯ୍ୟ କରିଥିବାରୁ ସତ୍ୟସାଇ ସେବା ସଙ୍ଗଠନକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories