www.samajalive.in
Sunday, December 14, 2025
16.1 C
Bhubaneswar

ସାମ୍ବାଦିକମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ

ଫୁଲବାଣୀ:ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମଇ ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରାଜ୍ୟ ସଂଘ ସାଧାରଣ ସଂପାଦକ ବେଣୁଧର ପଣ୍ଡା, ନଗରପାଳ ସ୍ମିତାରାଣି ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଆଇଏଫଡବ୍ଲ୍ୟୁଜେର କାର୍ୟ୍ୟକାରିଣୀ ସଦସ୍ୟ ପ୍ରସନ୍ନ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ବୃତ୍ତି ଗତ ସୁରକ୍ଷା ସହିତ ପାରିଶ୍ରମିକ ଯୋଗାଇଦେଲେ ସମ୍ବାଦ ପ୍ରକାଶ କରିବାରେ ଅଧିକ ସ୍ୱଛତା ଓ ନିରପେକ୍ଷତା ରହିବ ଏବଂ ଏକ ଶକ୍ତିଶାଳୀରୀଷ୍ଟ୍ର ଗଠନରେ ସହାୟତା ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସେହିପରି ଏହି ଅବସରରେ ମୁଖ୍ୟବକ୍ତା ଭାବେ ଉପ ଜିଲାପାଳ ଶେଷଦେବ ମିଶ୍ର ଯୋଗ ଦେଇ ସାମ୍ବାଦିକମାନେ ସର୍ବଦା ସଠିକ ତଥ୍ୟ ପ୍ରକାଶ କରିବା ଓ ନିରପେକ୍ଷତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ। କନ୍ଧମାଳ ଜିଲା ସଂଘ ସଭାପତି ଅରୁପ ଜେନା ଏ ଥିରେ ସଭାପତିତ୍ବ କରିଥିବାବେଳେ ରାଜ୍ୟସ୍ତରୀୟ ଉତ୍ସବ କମିଟିର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସଂପାଦକ ଜୟସେନ ପରିଡ଼ା ବିବରଣୀ ପାଠ କରିଥିବାବେଳେ ଅଶୋକ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାପରେ ଜିଲାର ବରିଷ୍ଠ ସାମ୍ବାଦିକ ଏମଡି .ନାଜିର ଅ।ଖତାର, ମହାଦେବ ସାହୁ, ବିଜୟ ମହାନ୍ତି. ଅରୁପ ଜେନା, ରବି ଦାସ, ଶିଶିର ପଟ୍ଟନାୟକ, ବିଦ୍ୟାଧର ପାଳ, ନାରାୟଣ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବା କ୍ଷେତ୍ରରେ ସ୍ବାତୀ, ଶାନ୍ତି ମୈତ୍ରୀ , ବନବାସୀ ସେବା ସମିତି, ସାହାରା ପ୍ରମୁଖ ସଂଗଠନର ମୁଖ୍ୟ.୪ଟି ଓଡ଼ିଆସିନେମା ନିର୍ମାଣ କରୁଥିବା ପ୍ରଯୋଜକ ଓ ସିନେଅଭିନେତା ପ୍ରଶାନ୍ତ
ନାଏକ, କଣ୍ଠ ଶିଳ୍ପିଓ କଳାକାର ଜଳନ୍ଧର ବେହେରା, ସମାଜ ସେବା ମହମ୍ମଦ ଜିଆଉଦ୍ଦିନ ପ୍ରମୁଖ ୨୧ମୋଟଜଣ ପ୍ରତିଦ୍ଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଶିଶିର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ନଟରାଜ କଳା ମନ୍ଦିରର କଳାକାରମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍କଳ ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କନ୍ଧମାଳ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜ ସେବୀ ପ୍ରମୁଖ ଯୋଗଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories