www.samajalive.in
Sunday, December 14, 2025
23.1 C
Bhubaneswar

ହାଜତ ମୃତ୍ୟୁ ମାମଲା: ରାଜ୍ୟ ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ, ନିଜ ଆଡୁ ରୁଜୁ କଲେ ମାମଲା

ଭୁବନେଶ୍ୱର: ପାରାଦୀପ ଅଭୟଚାନ୍ଦପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର ଆେୟାଗ ହସ୍ତକ୍ଷେପ କରି ନିଜଆଡୁ ମାମଲା ରୁଜୁ କରିଛନ୍ତି। ଏହାଛଡା ଆେୟାଗ ପକ୍ଷରୁ ଏହି ମାମଲାର ସ୍ବତନ୍ତ୍ର ଭାବେ ତଦନ୍ତ କରାଯିବ। ଏହି ମାମଲାର ବିବରଣୀ ଓ ମୃତଦେହ ବ୍ୟବଚ୍ଛେଦ ଓ ସରଜମିନ ତଦନ୍ତ ବିବରଣୀ ଚଳିତ ମାସ ୨୦ ତାରିଖ ମଧ୍ୟରେ ଦାଖଲ କରିବାକୁ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରକାଶ େଯ ଧଳାଜହର କାରବାର ଅଭିେଯାଗରେ ପୁଲିସ ପାରାଦୀପ ବୃନ୍ଦାବନ କଲୋନୀର ମନୋରଞ୍ଜନ ଗଡିଙ୍କୁ ଗତମାସ ୩୦ ତାରିଖରେ ଉଠାଇ ଆଣିଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମନୋରଞ୍ଜନଙ୍କୁ ଥାନାରେ ନିର୍ୟାତନା ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର େଲାକେ ଅଭିେଯାଗ କରିଥିଲେ। ୩୦ ତାରିଖ ରାତିରେ ମନୋରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ସ୍ଥାନୀୟ ଡାକ୍ତରଖାନାକୁ େନଇଥିଲା, ମାତ୍ର ଅବସ୍ଥା ସଂକଟାପନ୍ନ େହବାରୁ ଜଗତସିଂହପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର େସଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର େଲାେକ ଅଭିେଯାଗ କରିଥିଲେ େଯ ହାଜତ ଭିତରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିସାରିଥିଲା ବେଳେ ପୁଲିସ ନିଜକୁ ବଞ୍ଚାଇବା ଲାଗି ନାମକୁ ମାତ୍ର ଡାକ୍ତରଖାନା େନଇଥିଲା। େସତେବେଳକୁ ତାଙ୍କ ହାତଗୋଡ ଲାଠିଭଳି େହାଇଯାଇଥିଲା ଏବଂ ତାଙ୍କ ଛାତିରେ ଶକ୍ତ ଆଘାତ ଲାଗିଥିଲା ବୋଲି ପରିବାର େଲାକେ ଅଭିେଯାଗ କରିଥିଲେ।
ସୂଚନାଯୋଗ୍ୟ ଯେ ଭୁବନେଶ୍ବର ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ମଧ୍ୟ ନିଜ ଆଡୁ ମାମଲା ରୁଜୁ କରିଥିଲେ ରାଜ୍ୟ ମାନବାଧିକାର ଆେୟାଗ। ଘଟଣା ସମ୍ପର୍କରେ ସବିେଶଷ ବିବରଣୀ ଦାଖଲ କରିବାକୁ ନିର୍ଦେଶ େଦବା ସହ ପୁଲିସ ଆୟୁକ୍ତଙ୍କୁ ରିପୋର୍ଟ ତଲବ କରିଥିଲେ। ଚଳିତ ମାସ ୨୦ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ କାବୁ କରିବାଠାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories