www.samajalive.in
Saturday, December 6, 2025
26.1 C
Bhubaneswar

ସାହାରପଡାରେ ରାହାସ ପୁର୍ଣିମା ପୂଜା 

ପାଟଣା : ସାହାରପଡା ମୁଖ୍ୟାଳୟ ହାଟ ପଡ଼ିଆ ସ୍ଥିତ ରାହାସ ପୂଜା ମଣ୍ଡପରେ ନିରାଡ଼ମ୍ବର ଭାବେ ପୂଜା ପାଉଛନ୍ତି ରାଧାକୃଷ୍ଣ। ତେବେ ଏଠାରେ ରାହାସ ପୂଜା କମିଟି ପକ୍ଷରୁ ଦୀର୍ଘ ପଚାଶ ବର୍ଷରୁ ଅଧିକ ସମୟ ହେବ ରାହାସ ପୂଜା ପାଳନ ହୋଇଆସୁଛି। ବୁଧବାର ସକାଳେ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପୂଜକ ସଞ୍ଜୟ କୁମାର ତ୍ରିପାଠୀ, ଶ୍ରୀକାନ୍ତ ନନ୍ଦ, ଲକ୍ଷ୍ମୀଧର ପଣ୍ଡା ପୂଜା ଅର୍ଚ୍ଚନା କରୁଥିବା ବେଳେ ଯୁଧିଷ୍ଠିର ମହାନ୍ତ ସଂକଳ୍ପରେ ବସିଥିଲେ। ଏଥର ଧୁମଧାମରେ ଯାକଜମକରେ ମଣ୍ଡପ ସୁସଜ୍ଜିତ ହୋଇଥିବା ବେଳେ ଲୋକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଅପେରା ଅନୁଷ୍ଠିତ ହେଉଛି । ପୂଜା କମିଟି ସଦସ୍ୟ ରଥୁ ମହାନ୍ତ, ଉତ୍ତମ କୁମାର ଖଟୁଆ, ମନୋରଞ୍ଜନ ଦିଗାର, ଧିରୋଜ କୁମାର ମହାନ୍ତ, ଅନିଲ କୁମାର ମହାନ୍ତ, ନବ କିଶୋର ସେଠି ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ସହଯୋଗ କରୁଛନ୍ତି । ସେପଟେ ମିନା ବଜାର ବସିଥିବାରୁ ଧୀରେ ଧୀରେ ଲୋକଙ୍କ ଗହଳି ବଢୁଥିବା ଦେଖିବାକୁ ମିଳିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories