www.samajalive.in
Wednesday, December 10, 2025
23.1 C
Bhubaneswar

ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଚୌଦ୍ୱାର : ଚୌଦ୍ୱାର ପୌରାଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ୧୭ ନମ୍ବର ୱାର୍ଡ଼ କାଉନସିଲର ଆଶୁତୋଷ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ୱାର୍ଡର ନୂଆସାହିରେ ମୁକ୍ତା ଯୋଜନାରେ ୧୫ ଲକ୍ଷ ୫୮ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ମିନି ପାର୍କର ଶିଳାନ୍ୟାସ କରିଥିଲେ । ପରେ ପରେ ହାଉସିଂ ବୋର୍ଡ଼ରେ ଆୟୋଜିତ ଉତ୍ସବରେ ୧୯ ନମ୍ବର ୱାର୍ଡ଼ ହାଉସିଂ ବୋର୍ଡ଼ ଫେଜ୍-୨ ରେ ୭ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ମୁକ୍ତ ମଞ୍ଚ ଏବଂ ୪ଲକ୍ଷ ଟଙ୍କାରେ ନିର୍ମିତ ଏକ ଗୋଷ୍ଠି ଶୌଚାଳୟକୁ ବିଧାୟକ ଶ୍ରୀ ବିଶ୍ୱାଳ ଉଦଘାଟନ କରିଥିଲେ । ଉକ୍ତ ୱାର୍ଡ଼ରେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୪ଟି ରାସ୍ତା ଓ ବିଧାୟକ ପାଣ୍ଠି ବିନିଯୋଗରେ ପ୍ରସ୍ତାବିତ ହାଉସିଂ ବୋର୍ଡ଼ ମହିଳା କ୍ଲବ୍ ଘରର ଶିଳାନ୍ୟାସ କରିଥିଲେ। ପୌର ଉପାଧ୍ୟକ୍ଷ ତଥା ସ୍ଥାନୀୟ କାଉନସିଲର ଶୁଭେନ୍ଦୁ ସାମଲ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିିଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୌର ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ଜେଇ ଶୁଭଶ୍ରୀ ନାୟକ ଓ ସଂଜୟ କୁମାର ସାମଲ, ମୁକ୍ତା ପ୍ରକଳ୍ପ ନିର୍ଦେଶିକା ଦେବୀକା ମହାନ୍ତି, କାଉନସିଲର ବିଜୟ କୁମାର ମଲ୍ଲିକ, ନାରୀ ନେତ୍ରୀ କବିତାରାଣୀ ଲେଙ୍କା, ବିଜେଡ଼ି ଜିଲା ଯୁଗ୍ମ ସମ୍ପାଦକ ଅର୍ଜୁନ ପଣ୍ଡା, ଛାତ୍ର ନେତା ଭରତ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ସୁବାଷ ବାରିକ୍, ଅଜୟ ଶର୍ମା, ପ୍ରଶନ୍ନ କୁମାର ମିଶ୍ର, ରଞ୍ଜନ କୁମାର ଦାଶ, ସ୍ନିଗ୍ଧା ଶର୍ମାଙ୍କ ସମେତ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଉପସ୍ଥିତ ଥିଲେ ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories