www.samajalive.in
Sunday, December 7, 2025
14.1 C
Bhubaneswar

ହୋଲିର ରଙ୍ଗ ନ ଆଣୁ ଦୁଃଖ: ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ହୋଲିକୁ ମାତ୍ର ଆଉ ମାତ୍ର ଗୋଟିଏ ଦିନ ବାକି। ପିଲାଠାରୁ ବୟସ୍କ ସମସ୍ତେ ଏହି ପର୍ବକୁ ଖୁବ୍‌ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରନ୍ତି। ହେଲେ ମଜା ମସ୍ତି ଭିତରେ ଆମେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉ। ଫଳରେ ଟିକିଏ ଅସାବଧାନତା ପାଇଁ ସବୁ ଖୁସି ଦୁଃଖରେ ପରିଣତ ହୋଇଥାଏ। ତେଣୁ ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ଶରୀର ତଥା ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ। ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ –

-ସର୍ବପ୍ରଥମେ ଧ୍ୟାନ ରଖନ୍ତୁ, ଯେପରି କେମିକାଲ ଯୁକ୍ତ ରଙ୍ଗଠାରୁ ଦୂରେଇ ରୁହିବେ। ଏହି ରଙ୍ଗ ଆପଣଙ୍କ ତ୍ୱଚା, କେଶ ଏବଂ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହିକାରଣରୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
-କାହାକୁ ଜବରଦସ୍ତ ରଙ୍ଗ ଲଗାନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଆଖି, ନାକ କିମ୍ବା ପାଟି ଭିତରକୁ ରଙ୍ଗ ଯାଇପାରେ।
-ଯଦି ଆପଣଙ୍କ ଆଖିରେ ରଙ୍ଗ ପଶିଯାଏ ତେବେ ସର୍ବପ୍ରଥମେ ସଫା ପାଣିରେ ଆଖିକୁ ଧୁଅନ୍ତୁ ଏବଂ ବାରମ୍ବାର ଆଖିକୁ ପାଣି ଛାଟନ୍ତୁ।
-ରଙ୍ଗ ଖେଳିବା ସମୟରେ ନିଶ୍ଚିନ୍ତ ସନ୍ଗ୍ଲାସ୍ ବ୍ୟବହାର କରନ୍ତୁ। କାରଣ ଏହା ଆପଣଙ୍କ ଆଖିକୁ ରଙ୍ଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
-ଯଦି ଆପଣଙ୍କ ଆଖିରେ ଅଧିକ ଜଳାପୋଡ଼ା ହୁଏ କିମ୍ବା ଆଖି ଲାଲ୍ ପଡ଼ିଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ରଙ୍ଗ ଖେଳିବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ ଆପଣ ବ୍ୟବହାର କରୁଥିବା ତେଲ ଲଗାଇ ଦିଅନ୍ତୁ। ଏହାଦ୍ବାରା ଶରୀରରେ ଅଧିକ ରଙ୍ଗ ଲାଗିବ ନାହିଁ ଏବଂ ଲାଗିଥିବା ରଙ୍ଗ ସହଜରେ ଛାଡ଼ିଯିବ।
-କେଶକୁ ମଧ୍ୟ ରଙ୍ଗରୁ ରକ୍ଷା କରିବାକୁ ଭୁଲନ୍ତୁ ନାହିଁ। କେଶରେ କୌଣସି କ୍ୟାପ୍‌ ବ୍ୟବହାର କରିପାରିବେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories