www.samajalive.in
Saturday, December 6, 2025
19.1 C
Bhubaneswar

ହୋଲିରେ ଆପଣାନ୍ତୁ ଏହି ସ୍ବତନ୍ତ୍ର ଉପାୟ: ଦାରିଦ୍ର୍ୟତା ଦୂର ହେବା ସହ ବଜାୟ ରହିବ ସୁଖ-ଶାନ୍ତି

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଏହି ପର୍ବକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ହୋଲି ପର୍ବ ଅତ୍ୟନ୍ତ ଶୁଭ ହୋଇଥାଏ। ତେଣୁ ଏହିଦିନ କିଛି ବିଶେଷ ଉପାୟ ଆପଣାଇଲେ ଘରେ ସୁଖ, ଶାନ୍ତି ବଜାୟ ରହିବା ସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ହୋଲି ସହ ଜଡିତ କିଛି ଖାସ୍ ବାସ୍ତୁ ଟିପ୍ସ ବିଷୟରେ –

-ସର୍ବପ୍ରଥମେ ଘରର ମୁଖ୍ୟ ଠାକୁରଙ୍କୁ ରଙ୍ଗ ଲଗାନ୍ତୁ। ଏହା ସହିତ ଭଗବାନ ଗଣେଶଙ୍କୁ ଗୋଲାପୀ ରଙ୍ଗ ଅର୍ପଣ କରନ୍ତୁ। ଏହାପରେ ଘରର ବୟସ୍କ ଲୋକଙ୍କ ମଥାରେ ଗୋଲାପୀ ରଙ୍ଗ ଲଗାଇ ହୋଲି ଖେଳିବା ଆରମ୍ଭ କରନ୍ତୁ। ଏହାଦ୍ବାରା ଘରେ ସର୍ବଦା ହସ, ଖୁସିର ବାତାବରଣ ବଜାୟ ରହେ।

- Advertisement -

-ହୋଲି ପୂର୍ବରୁ ଘର ପରିଷ୍କାର କରିବା ନିହାତି ଜରୁରୀ। ଘରେ ଥିବା ପୁରୁଣା ଜିନିଷ ବାହାର କରିଦିଅନ୍ତୁ। ଏପରି କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

-ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ଘରେ ମୋତି ଶଙ୍ଖ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି।

-ହୋଲି ଦିନ ଅବିରରେ ରୂପାର ମୁଦ୍ରା ରଖିବା ଦ୍ୱାରା ମଧ୍ୟ ଧନ ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ଅଟକି ରହିଥିବା ଟଙ୍କା ଏହି ଉପାୟରେ ଶୀଘ୍ର ମିଳିବାର ସମ୍ଭାବନା ରହିଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories