www.samajalive.in
Saturday, December 6, 2025
26.1 C
Bhubaneswar

ନୂତନ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ହ୍ରାସ ପାଇଛି ଦୁର୍ଘଟଣାଜନିତ ମୃତ୍ୟୁ : ଗଡ଼କରୀ

ନୂଆଦିଲ୍ଲୀ : ନୂତନ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ବିଶେଷ କରି ଉତ୍ତରପ୍ରଦେଶ ଓ ହରିୟାଣାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଶୁକ୍ରବାର ଲୋକସଭାରେ କହିଛନ୍ତି।। ତେବେ ଏହି ସମୟ ମଧ୍ୟରେ ଛତିଶଗଡରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ବିରୋଧିଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ପଡ଼ିଥିବା ପ୍ରଭାବକୁ ନେଇ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ କହିଥିଲେ ଯେ, ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନୂତନ ମୋଟର ଯାନ ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅନେକ ମତାମତ ପଠାଇଛନ୍ତି। ଏହା ବ୍ୟତୀତ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ (ଏସଆଇଏଏମ୍), ବସ୍ ଏବଂ କାର୍ ଅପରେଟର୍ସ କନଫେଡେରେସନ୍ ଅଫ୍ ଇଣ୍ଡିଆ (ବିଓସିଆଇ) ଭଳି ଅନେକ ସଂଗଠନ ମଧ୍ୟ ଏନେଇ ସରକାରଙ୍କ ସହ ଆଲୋଚନା କରିଥିଲେ।  ସେମାନଙ୍କ ସୂଚନା ମୁତାବକ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ଅନେକ ହ୍ରାସ ଘଟିଛି।

ନୂତନ ମୋଟର ଯାନ ଆଇନ ଲାଗୁ ହେବାରେ ରାଜ୍ୟରେ ଆଇନର ପ୍ରଭାବ
ରାଜ୍ୟ              ୨୦୧୮ ରେ ମୃତ୍ୟୁ,   ୨୦୧୯ ରେ ମୃତ୍ୟୁ
କେରଳ                 ୩୨୧                  ୩୧୪
ଉତ୍ତରପ୍ରଦେଶ          ୧୫୦୩               ୧୩୫୫
ବିହାର                   ୪୫୯                 ୪୧୧ 
ଗୁଜୁରାଟ                ୫୫୭                ୪୮୦ 
ଉତ୍ତରାଖଣ୍ଡ               ୭୮                ୬୧ 
ହରିୟାଣା                ୪୯୭               ୪୩୮ 
ଛତିଶଗଡ               ୨୯୩               ୩୦୫ 
ପୁଡୁଚେରୀ              ୧୩                  ୦୯ 
ଚଣ୍ଡିଗଡ଼                 ୦୮                  ୦୮ 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories