www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଅପଡେଟ୍ : ଦିଲ୍ଲୀରେ ଆଉଜଣେ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ବର ୮୫ ଟି ଦେଶରେ ତାର କାୟା ବିସ୍ତାର କରିସାରିଛି । କରୋନା ଭାଇରସ ପ୍ରଭାବରେ ୩ ହଜାର ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ଥିବା ଜଣାପଡିଛି। କରୋନା ଭାଇରସ ଭାରତରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଏଥିରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଏହା ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏମାନଙ୍କ ମଧ୍ୟରୁ ୨ଜଣ ରାଜସ୍ଥାନ, ଜଣେ ତେଲେଙ୍ଗାନା ଓ ଅନ୍ୟମାନଙ୍କର ଦିଲ୍ଲୀ ଓ ହରିୟାଣାରେ ଚିକିତ୍ସା ଚାଲୁଥିବା ସୂଚନା ରହିଛି।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସବୁ ରାଜ୍ୟ ସହ ଭିଡିଓ କନଫରେନ୍ସ ଯୋଗେ ବୈଠକ କରିଛନ୍ତି। କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ ତାହର ସମୀକ୍ଷା କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ଓ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖିବା ପାଇଁ ରାଜ୍ୟ ସରକାରମାନେ ବ୍ୟବସ୍ଥା କରନ୍ତୁ ବୋଲି ଡା.ହର୍ଷ ବର୍ଦ୍ଧନ ନିର୍ଦେଶ  ଦେଇଛନ୍ତି। କରୋନା ଭାଇରସ ସଂକ୍ରମଣକୁ ରୋକିବା କେନ୍ଦ୍ର ସରାକାରଙ୍କ ପକ୍ଷରୁ କେତେକ ନିର୍ଦେଶାବଳୀ ଲାଗୁ କରାଯାଇଛି । ଏଥିରେ ଲୋକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି ନହେବା ପାର୍ଇ କରାମର୍ଶ ଦିଆଯାଇଥିବା ବେଳେ କରୋନା ଆତଙ୍କ ଥମିବା ଯାଏ ସାଧାରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ସହ ସ୍ଥିତି ଅନୁସାରେ ନିଷ୍ପତ୍ତି ନେବାକୁ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସରକାରୀ କର୍ମଚାରୀମାନେ ଆସନ୍ତା ମାର୍ଚ ୩୧ ତାରିଖ ଯାଏ ବାଓମେଟ୍ରିକ ଉପସ୍ଥାନ ନଦେବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। । ଏହି ସମୟସୀମା ମଧ୍ୟରେ ସରକାରୀ କର୍ମଚାରୀମାନେ ନିଜର ଉପସ୍ଥାନ କାଗଜ କଲମରେ ଦେଇପାରିବେ। ଏହି ନିୟମ ସବୁ ସରକାରୀ ଅଫିସରେ ଲାଗୁ ହେବ ବୋଲି ଜଣାପଡିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories