www.samajalive.in
Sunday, December 7, 2025
14.1 C
Bhubaneswar

ସରକାରୀ ବନ୍ଧୁକରେ ଆତ୍ମହତ୍ୟା କଲେ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ

ସମାଜ ଡିଜିଟାଲ ଡେସ୍କ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଷ୍ଟେଟ୍‌ ରିଜର୍ଭ ପୁଲିସ ଫୋର୍ସ(ଏସଆରପିଏଫ)ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ଜାମନେର ସହରସ୍ଥିତ ନିଜ ପୈତୃକ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ବୁଧବାର ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ମୃତ ଯବାନଙ୍କ ନାଁ ପ୍ରକାଶ କାପଡ଼େ(୩୯) ବୋଲି ଜଣାପଡ଼ିଛି। ସେ ଛୁଟିରେ ତାଙ୍କ ପୈତୃକ ସହରକୁ ଯାଇଥିଲେ। କାପଡ଼େ ନିଜ ସରକାରୀ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିବାରରେ ବୟସ୍କ ମାତା-ମାତା, ପତ୍ନୀ, ଦୁଇ ପିଲା, ଜଣେ ଭାଇ ଏବଂ ଅନ୍ୟ ସଦସ୍ୟ ଅଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ। ସୂତ୍ରରୁ ଜଣାପଡିଛି ଯେ, ଏସଆରପିଏଫ ପକ୍ଷରୁ ସ୍ଵତନ୍ତ୍ର ତଦନ୍ତ କରାଯିବାର ସମ୍ଭାବନା ରହିଛି, କାରଣ ଯବାନ ଜଣକ ଭିଭିଆଇପି ସୁରକ୍ଷାରେ ନିୟୋଜିତ ଥିଲେ।

 

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories